pakka

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଅସହାୟ ପରିବାର ପାଇଲେ ସରକାରୀ ସହାୟତା

bbehera

ବୌଦ୍ଧ, (ବଂଶୀଧର ମାଝୀ) : ସମାଜ ସେବୀ ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଅସହାୟ ପରିବାର ପାଇଲେ ସରକାରୀ ସହାୟତା । ସୂଚନା ଅନୁସାରେ ଘରର ମୁରବି ଥିଲେ ସବୁ ଠିକ୍‌ ଠାକ୍‌ ଚଳି ଯାଉଥିଲା । କିନ୍ତୁ ଗତ ୭ ମାସ ତଳେ ତାଙ୍କର ବିୟୋଗ ପରେ ପରିବାର ଛିନ୍ନଛତ୍ର ହୋଇଯାଇଛି । ସ୍ୱାମୀଙ୍କ ଦେହାନ୍ତ ପରେ ହରଭଙ୍ଗା ବ୍ଲକ ତିଳେସ୍ୱର ପଞ୍ଚାୟତ ମାଣିକପୁର ଗ୍ରାମର କଳ୍ପନା ଭୋକ୍ତା ବେସାହାରା ହୋଇପଡିଥିଲେ । ପାଞ୍ଚ ପୁଅ ଝିଅଙ୍କୁ ଳାଳନ ପାଳନ କରିବା କଳ୍ପନାଙ୍କ ପକ୍ଷେ ଅସମ୍ଭବ ହୋଇପଡିବାରୁ ଦୁଇ ସାନ ଝିଅଙ୍କୁ ସେମାନଙ୍କୁ ତାଙ୍କର ମାମୁଁ ଘରକୁ ପଠାଇ ଦେଲେ । ଏଠାରେ ରହିଗଲେ ୩ପୁଅ ଚନ୍ଦନ, ଶକ୍ତିମାନ ଓ ବଣ୍ଟି । ସେମାନଙ୍କ ଆର୍ଥିକ ଅନଟନ ଯୋଗୁ ସେମାନଙ୍କ ପାଠପଢ଼ାରେ ଡୋରି ଲାଗିଥିଲା । ଏଣେ ତେଣେ ମୂଳ ଲାଗି ଯାହା ରୋଜଗାର ହେଲା ସେଥିରେ ପରିବାର ଚାଲିବା ମୁସ୍କିଲ ହୋଇପଡିଥିଲା । ଲଳିତଙ୍କ ଦେହାନ୍ତ ପରେ ସେମାନଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଥିଲେ । ସରକାରୀ ସହାୟତା କହିଲେ ସେମାନଙ୍କୁ ମାସିକ ଚାଉଳ ମିଳୁଥିବା କଳ୍ପନା କହିଛନ୍ତି । ସେମାନେ ବହୁତ ଦୁଃଖ କଷ୍ଟରେ ରହୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହି ଖବର ବିଷୟରେ ଜାଣିଲା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ପଞ୍ଚାୟତିରାଜ ବିଭାଗ, ବୌଦ୍ଧ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ପ୍ରତିନିଧି ଦଳ ଭେଟି ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ପ୍ରକାର ସହାୟତା କରାଯିବାକୁ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ଅନୁଯାୟୀ କଳ୍ପନାଙ୍କୁ ମାସିକ ଭତ୍ତା ୫ଶହ ଓ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଏକ କାଳୀନ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ପିଲାମାନଙ୍କ ପାଠପଢ଼ାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଟ୍ୱିଟରରେ ସୂଚନା ଦେଇଛନ୍ତି । ସମାଜସେବୀଙ୍କ ଏହିପରି କାର୍ଯ୍ୟ ପାଇର୍ କଳ୍ପନାଙ୍କ ପରିବାର ସମାଜସେବୀ ଯଶୋବନ୍ତ ରଣାଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

eight + 6 =