pakka

ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଂଟ : କନ୍ତେଶିର ଓ ମ.ରାମପୁର(ଖ) ବିଜୟୀ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ ପଡ଼ିଆଠାରେ ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଂଟ ଚାଲୁଥିବା ବେଳେ ଆଜିର ପ୍ରଥମ ମ୍ୟାଚ୍‌ ତଳସାଗରପଡ଼ା ଓ କନ୍ତେଶିର ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା ଯୋଗଦେଇ ଅତିଥିମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଖେଳାଳୀମାନଙ୍କୁ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ । ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଯୁବସମାଜସେବୀ ରଶ୍ମିରଂଜନ ପ୍ରହରାଜ । ତେବେ ପ୍ରଥମ ମ୍ୟାଚରେ ଟସ ଜିଣି ତଳସାଗରପଡ଼ା ବୋଲିଂ କରି କନ୍ତେଶିର ଦଳ ନିର୍ଦ୍ଧାରିତ ଓଭରରରେ ୧୧୮ ରନ୍ ସଂଗ୍ରହ କରିଥିଲେ ଓ ତଳସାଗରପଡ଼ା ୬ ଓଭରରେ ସମସ୍ତ ୱିକେଟ ହରାଇ ୭୦ ରନ ସଂଗ୍ରହ କରିଥଲେ । ଦ୍ୱିତୀୟ ମ୍ୟାଚ ଆମ୍ବଗାଁ ଓ ମ.ରାମପୁର(ଖ) ମଧ୍ୟରେ ହେଇଥିଲା । ଉଭୟ ଦଳ ୮୪ ରନ ସଂଗ୍ରହ କରିବା ପରେ ସୁପର ଓଭରରେ ମ.ରାମପୁର(ଖ) ବିଜୟୀ ହୋଇଥିଲେ । ତୃତୀୟ ମ୍ୟାଚ୍‌ କନ୍ତେଶିର ଓ ସାଇଦଲଙ୍ଗା ମଧ୍ୟରେ ହୋଇଥିବା ବେଳେ ସାଇଦଲଙ୍ଗା ଟସ୍ ଜିଣି ବ୍ୟାଟିଂ କରି ନିର୍ଦ୍ଧରିତ ଓଭର ୬୮ରନ କରିଥିବା ବେଳେ କନ୍ତେଶିର ମାତ୍ର ୪ ଓଭରରେ ଏହି ରନ୍ ସଂଗ୍ରହ ପୂର୍ବକ ବିଜୟ ହାସଲ କରିଥିଲା । ମ୍ୟାଚ୍‌ ଅମ୍ପେଆର ରାଜା ନାଏକ, ବବଲୁ, ବୁନୁ, ନରେଶ ଷଣ୍ଢ, ବବଲୁ ସଗରିଆ, ସ୍କୋରର ବିଜୟ ପଟ୍ଟନାୟକ ରହିଥିବା ବେଳେ ଆୟୋଜକ କମିଟି ତରଫରୁ ଦେବେଶ ଷଣ୍ଢ, ବିଭୂତି ମାଝୀ, ରାଜୁ ଗହୀର, ତୁଷାର ପ୍ରଧାନୀ ପ୍ରମୁଖ ସମସ୍ତ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

eleven − one =