pakka

ଏନପିଏସ ଶିକ୍ଷକଙ୍କ ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଥମିକ ଏବଂ ହାଇସ୍କୁଲ ଏନପିଏସ୍‌ ଶିକ୍ଷକ ମାନଙ୍କ ବୈଠକ ଦ୍ୱିତୀ ରଂଜନ ମହାଲିଙ୍ଗଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜକୁମାର ଭୋଇ ଅଧ୍ୟକ୍ଷତା କରିବା ସହିତ ପୁରୁଣା ପେନସନ ଯୋଜନା ଏବଂ ନୂତନ ପେନସନ ଯୋଜନା ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ କହିଥିଲେ । ନୂତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ସରକାରୀ ଚାକିରିଆ ଅବସର ପରେ କିପରି ଘୋର ଆର୍ଥିକ କ୍ଷତି ସହୁଛନ୍ତି ସେ ବିଷୟରେ ସମ୍ପାଦକ ଏନପିଏସ ସଂଘ ବୀରକିଶୋର ସୁନା ଆଲୋକପାତ କରିଥିଲେ । ଶିକ୍ଷକ ଶୀତୋଷ ପାଣିଗ୍ରାହୀ ଏନପିଏସ ସଂଘକୁ ବ୍ଲକ ସ୍ତରରୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷକ ଅନୀଲ ରଣା ୨୦୦୪ ପରେ ସରକାରୀ ଚାକିରୀରେ ଯୋଗଦାନ କରିଥିବା ଏବଂ ଏନପିଏସରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବୈଠକରେ ନୂତନ ପେନସନ ବଦଳରେ ପୁରୁଣା ପେନସନ କିପରି ଲାଗୁ କରାଯାଇ ପାରିବ ଏବଂ ଏଥିପାଇଁ କି କି ପଦକ୍ଷେପ ନିଆଯିବ ସେ ବିଷୟରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନେ ନିଜସ୍ୱ ମତ ରଖିଥିଲେ । ଉକ୍ତ ବୈଠକରେ ନରେଶ ଦ୍ୱାରି, ସୁମନ ସାହୁ, ଭକ୍ତ ନାଏକ, ଅଜିତ ବାରିକ, ଉପେନ୍ଦ୍ର ବେହେରା, ସାନ୍ତନୁ ସାହୁ, ଶ୍ୟାମ ପଧାନ, ସଦାନନ୍ଦ ଭୋଇ, ଚକାନନ୍ଦ କମ୍ପ, ଅନଙ୍ଗ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

twenty + 18 =