pakka

ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ଯବାନଙ୍କ ଝିଅର ସଫଳତା : ଅଭ୍ୟନ୍ତ୍ରରୀଣ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ ହାସଲ କଲେ ସ୍ୱର୍ଣ୍ଣ ପଦକ

bbehera
  • ଛୁଟୁଛି ଶୁଭେଚ୍ଛାର ସୁଅ, ଆର୍ଥିକ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୃଢ଼ ବିଶ୍ୱାସ ଥିଲେ ମିଳେ ସଫଳତା । ଏହି ଉକ୍ତିକୁ ବାସ୍ତବରେ ପ୍ରମାଣିତ କରୁଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର ପଞ୍ଚାୟତ ଡୁମେରମୁଣ୍ଡା ଗ୍ରାମର ଆରତୀ ସାମଲ(୨୩) । ଆରତୀ ୧୯୯୮ ମସିହାରେ ଘୁନସର-ଡୁମେରମୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ବାପା ବିଘ୍ନ ରାଜ ସାମଲ ଓ ମାଆ ପଙ୍କଜିନୀ ସାମଲଙ୍କ ଏକ ମାତ୍ର ଝିଅ ଆରତୀ ଓ ୨ ପୁଅ ମଧ୍ୟ ରହିଛନ୍ତି ।ଏହି ଉପାନ୍ତ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ କେମେଷ୍ଟ୍ରି ବିଭାଗର ସ୍ନାତକ ସ୍ତରରେ ହାସର କଲେ ସ୍ୱର୍ଣ୍ଣ ପଦକ । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆରତୀ ନିଜର ଏହି ସଫଳତା ପାଇଁ ପରିବାର ଓ ସମ୍ପର୍କୀୟ ଭାଇଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ଆର୍ଥିକ ଆନାଟନ ସ୍ଵତେ ନିଜ ଲକ୍ଷ ପଥରେ ସେ ବିଚିୟ ହୋଇନ ଥିଲେ । ଆରତୀ ନିଜର ସଫଳତା ଯାତ୍ରାକୁ ନେଇ ଭିଡ଼ିଓ ମାଧ୍ୟମରେ ସେ ଅନୁଭୂତି ବାଣ୍ଟିଛନ୍ତି । ଆରତୀଙ୍କ ବାପା ବିଘ୍ନ ରାଜ ସାମଲ ଜଣେ ଅବସରପ୍ରାପ୍ତ ସିଆରପିଏଫ୍‌ ଯବାନ । ବଡ଼ମାଲ ଗୋଳାବାରୁଦ କାରଖାନାରେ ଆରତୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଆର୍ଥିକ ଅନାଟନ ମଧ୍ୟରେ ଭୁବନେଶ୍ୱର ବିଜେବି କଲେଜରେ ପାଠ ପଢ଼ିଥିଲେ । ପରିବାର ଲୋକଙ୍କ ବାରଣ ସ୍ୱତେ ଆଗକୁ ପଢିବା ପାଇଁ ଇଚ୍ଛା ରଖି ଆରତୀ ଆଇଆଇଟିରେ ପ୍ରବେଶ କରିବାର ଯୋଗ୍ୟତା ହାସଲ କରିଥିଲେ । ଝିଅର ଏହି ସଫଳତା ପାଇଁ ପରିବାରଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆରତୀ ଆଗକୁ ଜଣେ ବିଜ୍ଞାନିକ ହୋଇ ଦେଶ ପାଇଁ କିଛି କରିବାର ଆଶା ରଖିଛନ୍ତି । ତେବେ ଅବସରପ୍ରାପ୍ତ ସିଆରପିଏଫ ଯବାନଙ୍କ ଝିଅର ସଫଳତା କାହାଣୀକୁ ନେଇ ଏବେ ଅନେକ ଚର୍ଚ୍ଚା । ଅବସରପ୍ରାପ୍ତ ସିଆରପିଏଫ ଯବାନଙ୍କ ଝିଅ ହୋଇଥିଲେ ମଧ୍ୟ ଆରତୀଙ୍କ ବାପା ଅନେକ ଅସୁବିଧା ଏବଂ ଅର୍ଥର ଅଭାବ ଥିବା ବେଳେ କଷ୍ଟ କରି ପାଠ ପଢାଇ ଚାଲିଛନ୍ତି । ମଫସଲ ଆଭ୍ୟନ୍ତରୀଣ ଅଞ୍ଚଳରୁ ଯାଇ ଆଇଆଇଟି ମଧ୍ୟପ୍ରଦେଶ ରାଜ୍ୟର ଇନ୍ଦୋରରେ ହାସଲ କଲେ ସ୍ୱର୍ଣ୍ଣ ପଦକ । ତେବେ କେମେଷ୍ଟ୍ରି ବିଭାଗର ସ୍ନାତକୋତ୍ତରରେ ପାଇଲେ ସ୍ୱର୍ଣ୍ଣ ପଦକ ଯାହାକୁ ନେଇ ପରିବାରରେ ହସ ଖୁସି ଆନନ୍ଦ ଖେଳିଯାଇଛି । ଝିଅର ପ୍ରତିଭାକୁ ନେଇ ସମଗ୍ର ସଇଁନ୍ତଲା ଅଞ୍ଚଳରେ ଖୁସିର ମାହୋଲ । ଆଗକୁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଆରତୀ ଜଣେ ବୈଜ୍ଞାନିକ ହେବାର ଲକ୍ଷ ରଖିଥିବା କହିଛନ୍ତି ପରିବାର ଲୋକେ । ଆଭ୍ୟନ୍ତରୀଣ ଅଞ୍ଚଳ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁନ୍ତଲା ବ୍ଲକ ଅଧିନସ୍ଥ କଅଁସର ପଞ୍ଚାୟତ ଘୁନସର-ଡୁମେରମୁଣ୍ଡା ଏକ ଉପାନ୍ତ ଅଞ୍ଚଳ । ହେଲେ ଏବେ ଏହି ଗାଁ ବେଶ ପରିଚିତ । କାରଣ ନିଚ୍ଛକ ଉପାନ୍ତ ଅଞ୍ଚଳରୁ ଯାଇ ଜଣେ ଛାତ୍ରୀ ଇନ୍ଦୋର ସ୍ଥିତ ଆଇଆଇଟିରେ କେମେଷ୍ଟ୍ରି ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିପାଇଁ ଆରତୀ ନିଜ ପରିବାର, ସମ୍ପର୍କୀୟ ଭାଇକୁ ସମସ୍ତ ଶ୍ରେୟ ଦେଇଛନ୍ତି । ଆରତୀ ଏକ ଭିଡିଓ ସୋସିଆଲ ମିଡ଼ିଆ ମାଧ୍ୟମରେ କୋଶଳ ପ୍ରବାହ ଖବରକାଗଜକୁ ଦେବା ସହ କିଭଳି ଆର୍ଥିକ ଅନାଟନରେ ଥାଇ ସତ୍ତ୍ୱେ ସେ ପାଠ ପଢାକୁ ଅଧିକ ଧ୍ୟାନ ଦେଇଥିଲେ ।କିଭଳି ପରିଶ୍ରମ କରୁଥିଲେ ସେ ନେଇ ନିଜ ଅନୁଭୂତି ବାଣ୍ଟିଛନ୍ତି । ଜଣେ ସମ୍ପର୍କୀୟ ଭାଇ ଆର୍ଥିକ ସାହାଯ୍ୟ ସହଯୋଗ କରିବା ସହ ଆଗକୁ ପାଠ ପଢିବା ପାଇଁ ପ୍ରେରଣା ଯୋଗାଇ ଦେଉଥିଲେ । ଆଉ ଆରତୀ ବି ବେଶ ପରିଶ୍ରମ କରିଚାଲିଛନ୍ତି ବୋଲି କହିଛନ୍ତି । ତେବେ ଏଭଳି ଏକ ଝିଅକୁ ଜନ୍ମ ଦେଇଥିବା ପରିବାର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ମଧ୍ୟ ଲାଗି ରହିଛି । ଅନ୍ୟପଟେ ପାଠପଢା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ମଧ୍ୟ ନିବେଦନ କରିଛନ୍ତି ଯେ, ଆରତୀଙ୍କୁ ଯଦି ସରକାର ପାଠପଢାରେ ସହାୟତା ଯୋଗାଇ ଦେଲେ ଆଗକୁ ପାଠପଢାରେ କୌଣସି ପ୍ରକାରର ବାଧା ହେବ ନାହିଁ ଓ ଆରତୀ ବେଶ ଆରାମରେ ପାଠ ପଢି ପାରିବେ ବୋଲି ପରିବାର ଲୋକେ କହିଛନ୍ତି । ତେବେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଆକର୍ଷଣ କରି ଆରତୀଙ୍କ ପାଠପଢାରେ ସହାୟତା ଯୋଗାଇ ଦେବାକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ପ୍ରକାଶ ଥାଉକି ଯେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁନ୍ତଲା ବ୍ଲକ ଡ଼ୁମେରମୁଣ୍ଡା ଗାଁର ବାସିନ୍ଦା ଅତି ଗରିବ ପରିବାରର ବିଘ୍ନରାଜ ସାମଲ । ୧୯୮୫ ମସିହାରେ ସିଆର୍‌ପିଏଫ୍‌ ଯବାନ ଭାବରେ ଚାକିରି ଜୀବନ ଆରମ୍ଭ କରି ୨୦୦୬ ମସିହାରେ ଅବସର ନେଇଥିଲେ । ଚାକିରି କାଳରେ ବିଘ୍ନରାଜ ଭାରତୀୟ ସେନା ବାହିନୀ ସହ ଯୋଗଦେଇ ଏଲଟିଟିଇଙ୍କ ସହ ଲଢେଇ ସମୟରେ ମଧ୍ୟ ସାମିଲ ଥିଲେ । ହେଲେ ତାଙ୍କ ପରିବାରର ଝିଅ ଆରତୀ ପିଲା ଦିନଠୁ ପାଠପଢାରେ ବେଶ ରୁଚି ରଖିଥିଲେ । ଚାକିରି ସମୟରେ ବଦଳି ବାରମ୍ବାର ହେଉଥିବା ସମୟରେ ବି ଝିଅର ପାଠପଢାରେ କୌଣସି ବ୍ୟତିକ୍ରମ ଦେଖା ଦେଇନଥିଲା । ବଡ଼ମାଳ ଗୋଳାବାରୁଦ କାରଖାନାରେ ଆରତୀ ପ୍ରଥମ ସ୍ଥାନ ଅଧିକାର କରିବା ସହ ଆର୍ଥିକ ଅନାଟନ ସତ୍ତ୍ୱେ ଭୁବନେଶ୍ୱର ବିଜେବି କଲେଜରେ ୧୮-୧୯ ମସିହାରେ ପ୍ରଥମସ୍ଥାନରେ ପାସ କରିଥିଲେ । ହେଲେ ଏତିକିରେ ତାଙ୍କ ଶିକ୍ଷା ସରିନଥିଲା । ଆଗକୁ ଆଉ ପଢ଼ିବାର ଇଚ୍ଛା ରହିଥିଲା । ପରିବାର ଲୋକଙ୍କ ବାରଣ ସତ୍ତ୍ୱେ ଆରତୀ ଆଇଆଇଟିରେ ପ୍ରବେଶ କରିବାର ଯୋଗ୍ୟତା ହାସଲ କରିଥିଲେ ।ଆଗକୁ ଆରତୀ ଜଣେ ବୈଜ୍ଞାନିକ ହୋଇ ଦେଶ ପାଇଁ କିଛି କରିବାର ଆଶା ରଖିଛନ୍ତି ।

Leave A Reply

Your email address will not be published.

19 − 1 =