pakka

ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ରାଜସ୍ୱ ନୀରିକ୍ଷକଙ୍କ ଦୁର୍ବ୍ୟବହାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜସ୍ୱ ନୀରିକ୍ଷକଙ୍କ ନାମରେ ଜଣେ ବରିଷ୍ଠ ନାଗରିକ ସରକାରୀ କାର୍ଯ୍ୟାଳୟ ଭିତରେ ଅପମାନିତ କରିଥିବାର ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଗତ ତା ୦୨ – ୦୪ – ୨୦୨୪ ରିଖ ଦିନ ପଦ୍ମପୁରର ଜଣେ ବରିଷ୍ଠ ନାଗରିକ ତଥା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀ ଭରତ ତାଣ୍ଡି, ପି- ଲାଲ ମୋହନ ତାଣ୍ଡି, ନିଜର ଏକ ପ୍ଲଟର ଘରବାରି କରାଯାଇଥିବା ବିଷୟକୁ ୱେବ୍ ସାଇଟେରେ ଅପ୍ ଲୋଡ୍ କରାଯାଇ ନଥିବା କଥା ପଚାରିବାକୁ ପଦ୍ମପୁର ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେ ଆର୍. ଆଇ. ମାନସ ବିଶିଙ୍କୁ ଏ ବିଷୟରେ ପଚାରିବାରୁ ସେ ହଠାତ୍ ରାଗି ଯାଇ ତାଙ୍କ ଗଣ୍ଡା ଜାତିକୁ ଆକ୍ଷେପ କରି କଣ ବଡ଼ ବଡ଼ କଥା କହୁଛ କହି ମୋ ଅଫିସରୁ ଗେଟ୍ ଆଉଟ୍ ବୋଲି କହିଥିଲେ । ଫଳରେ ଭରତ ତାଣ୍ଡି ସର୍ବ ସମ୍ମୁଖରେ ଅପମାନିତ ହୋଇ ମାନସିକ ଭାରସାମ୍ୟ ହରାଇ ତହସିଲଦାର ପଦ୍ମପୁରଙ୍କୁ ଉଚିତ୍ ପଦକ୍ଷେପ ନେବାକୁ ଲିଖିତ ଭାବେ ଜଣାଇଛନ୍ତି । ଏ ବିଷୟରେ ସମ୍ପୃକ୍ତ ଆର. ଆଇଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କୌଣସି କଥା କହି ନାହିଁ ବୋଲି ଜବାବ ରଖିଲେ ।

Leave A Reply

Your email address will not be published.

15 − 6 =