pakka

ନଳକୂପ ମରାମତି ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ନୂଆପଡ଼ାବାସୀ

bbehera

ତୁରେକେଲା, (କୈଳାସ ସଗ୍ରିଆ) : କାର୍‌ ଧକ୍କାରେ ଭାଙ୍ଗି ଦେଇଥିଲେ ନଳକୂପ । ଲୋକେ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ନେହୁରା ହେଲେ । ନଳକୂପ ମରାମତି କରିଦେବାକୁ ଜବାବ୍‌ ଦେଲେ । ଅଥଚ କଥା ଦେଇ ରଖିଲେ ନାହିଁ କଥା । ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଂଚଳବାସୀ । ସୂଚନା ଅନୁସାରେ ଗତ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ଗାଁର ନୂଆପଡ଼ାରେ ଦେଖିବାକୁ ମିଳିଥିଲା ଏକ ଦୁର୍ଘଟଣା । ଲାଠୋର ପଟୁ ତୁରେକେଲା ଆଡ଼କୁ ଆସୁଥିବା ଓଡ଼ି୦୩ଜେଡ଼୍‌୨୭୦୦ ନମ୍ବର ବିଶିଷ୍ଟ ଏକ କାର୍‌ ନୂଆପଡାର ଏକ କିରାନା ଦୋକାନ ପିଣ୍ଡା ଉପରକୁ ଚଢ଼ି ଯାଇଥିବା ବେଳେ ଦୋକାନ ସମ୍ମୁଖରେ ଥିବା ନଳକୂପକୁ ଧକ୍କା ଦେଇ ଭାଂଗି ଦେଇଥିଲା । ସୌଭାଗ୍ୟବଶତଃ କିରାନା ଦୋକାନୀଙ୍କ ପରିବାର ଓ ରାସ୍ତାକଡ଼ରେ ଥିବା ଘର ଲୋକେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ବେଳେ ପଡା ଲୋକେ ରୁଣ୍ଡ ହୋଇ ଡ୍ରାଇଭରଙ୍କୁ ଥାନାକୁ ନେବାକୁ ବାହାରିବା ସମୟରେ ଡ୍ରାଇଭର ମୁଁ ନଳକୂପ ତିଆରି କରିଦେବି, ମତେ ଥାନାକୁ ନିଅ ନାହିଁ ବୋଲି କହିବାରୁ ପଡ଼ା ଲୋକେ ତାଙ୍କୁ ଛାଡ଼ି ଦେଇଥିଲେ । ଅଥଚ ଦୁର୍ଘଟଣାକୁ ମାସେ କାଳ ବିତି ସାରିଥିଲେ ବି ନଳକୂପ ମରାମତି କରି ନଦେବାରୁ ଏବେ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଂଚଳବାସୀ । ପ୍ରଚଣ୍ଡ ଗ୍ରୀଷ୍ମ କାଳରେ ପାଣି ଟିକିଏ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହି ନଳକୂପ ମରାମତି ଦିଗରେ ବିଡ଼ିଓ ମହାଶୟ ତୁରନ୍ତ ପଦକ୍ଷେପ ନେଲେ, ଲୋକେ ଉପକୃତ ହେବେ ବୋଲି କୁହାଯାଉଛି ।

jay balangir
Leave A Reply

Your email address will not be published.

12 − eleven =

error: Content is protected !!