pakka

ଯୋଗ୍ୟ ହିତାଧିକାରୀମାନେ ପ୍ରଶାସନର ଆଢୁଆଳରେ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଲୋକଙ୍କର ସାମାଜିକ ସୁରକ୍ଷା ନିମନ୍ତେ ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଯୋଜନାରୁ ବଂଚିତ ହେଉଛନ୍ତି । ପଦ୍ମପୁର ବ୍ଲକ୍‌ ଅନ୍ତର୍ଗତ ଭେଉଁରିଆ ପଂଚାୟତର ଦେଉଳି ଗ୍ରାମର ବୃନ୍ଦାବତୀ ବିଶ୍ୱାଳ ବୟସ ପାଖାପାଖି ୩୫ ବର୍ଷ ହେବ ସେ ଜଣେ ଅସହାୟ ଅବିବାହିତ ପିତୃହୀନ ଯୁବତୀ କେବଳ ମାଆ ସଙ୍ଗରେ ରହି ମାଟି କାନ୍ଥ କୁଡ଼ିଆ ଘରେ ବସବାସ କରୁଛନ୍ତି । ତାଙ୍କୁ ଦେଖାରେଖା କରିବା ପାଇଁ ଆଉ କେହି ନାହାନ୍ତି । ଅନେକ ଦିନରୁ ସରକାରୀ ଆବାସ ଯୋଜନାରୁ ଘର ଖଣ୍ଡିଏ ପାଇବା ପାଇଁ ପ୍ରଶାସନ ନିକଟରେ ଆବେଦନ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଘର ମିଳିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ସେହି ଗ୍ରାମର ସରୋଜିନୀ ସାହୁ, ସ୍ୱାମୀ ଅଶ୍ୱିନୀ ସାହୁ ମଧ୍ୟ ମାଟି କାନ୍ଥ ଘରେ ରହି ଜୀବନଯାପନ କରୁଛନ୍ତି । ଅନେକ ଦିନରୁ ସେ ମଧ୍ୟ ଘର ପାଇଁ ଆବେଦନ କରିଥିଲେ ସୁଦ୍ଧା ସେ ଘର ପାଇ ନାହାନ୍ତି । ସେ ମଧ୍ୟ ଜଣେ ଯୋଗ୍ୟ ହିତାଧିକାରୀ ଅଟନ୍ତି । ବ୍ଲକ୍‌ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବାସ ଯୋଜନାରୁ ଘର ଯୋଗାଇ ଦେବା ନିମନ୍ତେ ଦାବି ହୁଏ ।

Leave A Reply

Your email address will not be published.

sixteen − 8 =