pakka

ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଚୋରି : ୪ ଜଣଙ୍କୁ ଗିରଫ କରିଛି ପୁଲିସ

bbehera

ଭୁବନେଶ୍ୱର : ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଚୋରି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ବ୍ୟବସାୟୀ ବ୍ୟକ୍ତି କହିଥିଲେ ଲୁଟେରାଙ୍କୁ ଜାଣିନାହାନ୍ତି । କିନ୍ତୁ ଜଣଙ୍କ ହାତରେ ଟାଟୁ ରହିଛି । ନିଜ ବ୍ୟବସାୟରେ ସୁବିଧା ପାଇଁ ରିଜର୍ଭ ବ୍ୟାଙ୍କରେ ନିୟମିତ ଭାବେ ଛୋଟ ନୋଟ୍ ବଦଳାଉଥିବା ଏହି ବ୍ୟବସାୟୀ ୧୧ ଲକ୍ଷ ଟଙ୍କା ଛୋଟ ନୋଟ୍ ନେଇ ଯାଉଥିବା ବେଳେ ପିତାପଲ୍ଲୀଠାରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ । ବ୍ୟବସାୟୀଙ୍କୁ ଛୁରୀ ଦେଖାଇ ଧମକ ଚମକ ଦେବା ସହ ତାଙ୍କ କ୍ୟାସ୍ ବ୍ୟାଗ୍‌କୁ ଜୋରଜବରଦସ୍ତ ନେଇଯାଇଥିଲେ । ଏହି ଘଟଣା ପରେ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସେମାନଙ୍କ ଅପରାଧିକ ଡାଟା ବେସ୍ ବ୍ୟବହାର କରି ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳର ହତ୍ୟା ସମେତ ଅନେକ ଅପରାଧିକ ମାମଲା ରହିଥିବା ବେଳେ ସେମାନେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସଂଗଠିତ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହି ଘଟଣାକୁ ଦୃଷ୍ଟିରେ ରଖି ବିପୁଳ ପରିମାଣର ଟଙ୍କା ନେଇଯିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ସେମାନଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ କଣ୍ଟ୍ରୋଲ ରୁମକୁ ଆଗୁଆ ଜଣାଇବାକୁ ପୁଲିସ କମିଶନର ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

eight − 6 =

error: Content is protected !!