csstore

ମାକ୍ରିପଡ଼ା ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ୱାରା ରାସ୍ତା ପାର୍ଶ୍ଵ ସଫେଇ କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମରେ ରାସ୍ତାର ଉଭୟ ପାର୍ଶ୍ଵରେ ଅତ୍ୟଧିକ ଆବର୍ଜନା ହୋଇ ରାସ୍ତା ଅଣଓସାରିଆ ଓ ସଂକୀର୍ଣ୍ଣ ହୋଇଥିବାରୁ ଗୋଟିଏ ଯାନବାହାନକୁ ଅନ୍ୟ ଏକ ଯାନବାହାନ ରାସ୍ତା ଦେବାରେ ଅସୁବିଧା ହେଉଥିଲା । ଏହା ରୋଗାଭିମୁଖେ ସୂଚନା ଦେଉଥିବାରୁ ଗାଁର ଲାୟନସ୍ ୟୁଥ୍ ଆସୋସିଏସନ୍‌ର ଯୁବଗୋଷ୍ଠୀ ଗତ ରବିବାର ପୁଷ୍କରିଣୀ ସଫା କରି ପ୍ରଶଂସିତ ହୋଇ ଏହି ରବିବାର ରାସ୍ତାର ଉଭୟ ପାର୍ଶ୍ଵର ଆବର୍ଜନାକୁ ସଫା କରି ଗାଁକୁ ରୋଗ ମୁକ୍ତ କରି ଗାଁ ହେଲେ ନିର୍ମଳ ରୋଗ ହୁଏ ନିର୍ମୂଳ ବୋଲି ନାରା ଦେଇଥିଲେ । ଏହି ରାସ୍ତା ପାର୍ଶ୍ଵ ସଫେଇରେ ଲାୟନସ୍ ୟୁଥ୍ ଆସୋସିଏସନ୍‌ର ସଭାପତି ଭୁଲେଶ୍ୱର ଛତର, ଉପ-ସଭାପତି ଭଦେବ ଭୋଇ, ନିର୍ଦ୍ଦେଶକ ଚୌଧାରୀ ଛତର, କ୍ଷମା ଯୁଗ୍ନିଆ, କୋଷାଧ୍ୟକ୍ଷ ପାରେଶ୍ୱର ଛତର, ଦେବାର୍ଚ୍ଚନ ଛତର, ଜୟ ଯୁଗ୍ନିଆ, ଯୁଜେଷ୍ଠି ଯୁଗ୍ନିଆ, ଭବାନୀ ଛତର, ସନି ଛତର, ଭବ ଯୁଗ୍ନିଆ, ଚତୁର୍ଭୁଜ ଛତର ପ୍ରମୁଖ ଦିନକୁ ଦିନ ଗାଁ କଲ୍ୟାଣ ନିମନ୍ତେ ଲଢୁଥିବାରୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ଏବଂ ଏହିପରି ଭାବେ ଆଗେଇବା ପାଇଁ ଉତ୍ସାହିତ ମଧ୍ୟ କରିଛନ୍ତି ।

jayashree
Leave A Reply

Your email address will not be published.