pakka

ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ସଭା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ସରକାରୀ ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ନାରାୟଣ ପାଢୀଙ୍କ ଅନୁରୋଧ କ୍ରମେ ପ୍ରଥମରେ ତିନିଥର ଓମ୍‌କାର ଧ୍ୱନି ଦେଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଓ ମାଁ ପାଟଣେଶ୍ୱରୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳ, ମାଲ୍ୟାର୍ପଣ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ମଂଚାସିନ ଥିଲେ ମହାସଂଘର ସଭାପତି ପ୍ରଫେସର ଟହଲୁ ସାହୁ, ମହାସଚିବ ପ୍ରହଲ୍ଲାଦ ମହାପାତ୍ର, ଉପସଭାପତିଦ୍ୱୟ ପ୍ରଫୁଲ୍ଲ କୁମାର ହୋତା ଓ ପ୍ରଭାକର ମିଶ୍ର, ମୁଖ୍ୟ ଅତିଥି ଭାବରେ ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର, ମୁଖ୍ୟବକ୍ତା ଭାବରେ ଛତିଶଗଡ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି ଚନ୍ଦ୍ର ପ୍ରକାଶ ଦେଓରାସ, ସମ୍ମାନିତ ଅତିଥି ଭାବରେ ଉକ୍ତ ରାଜ୍ୟର ଉପସଭାପତି କମଳ ମୁଖାର୍ଜି, ବଲାଙ୍ଗିର ଜିଲ୍ଲା ସଭାପତି ନାରାୟଣ ପାଢୀ ଓ ସାଧାରଣ ସଂପାଦକ ଅଶୋକ ଚାନ୍ଦ । ମଂଚାସିନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସ୍ୱାଗତ ଭାଷଣ ଦେଇଥିଲେ ପ୍ରଭାକର ମିଶ୍ର, ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ମହାସଂଘ ମହାସଚିବ ପ୍ରହଲ୍ଲାଦ ମହାପାତ୍ର ଓ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ କେଦାର ମିଶ୍ର । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତ ବର୍ଷରେ ଥିବା ସମସ୍ତ ବରିଷ୍ଠ ନାଗରିକ ଏକ ହୋଇ ସମାଜର ଉନ୍ନତି କଳ୍ପେ କାର୍ଯ୍ୟ କରିବା କାରଣ ଦୀର୍ଘବର୍ଷ ଧରି ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତା ଅଛି । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଆମ ରାଜ୍ୟର ବରିଷ୍ଠ ନାଗରିକ ସଂଗଠନ ଗୁଡିକ ଏକତ୍ରିତ ହୋଇ ବରିଷ୍ଠ ନାଗରିକମାନଙ୍କର ଉନ୍ନତି ତଥା ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ମୁଖାର୍ଜି ପ୍ରକାଶ କହିଥିଲେ ଯେ ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତାକୁ ସମାଜର ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ତଥା ବରିଷ୍ଠ ନାଗରିକମାନଙ୍କ ସମସ୍ୟା ବୁଝୁଥିବା ବିଭାଗକୁ ପରାମର୍ଶ ଦେଇଥିଲେ । ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ ଯେ ପଶ୍ଚିମ ଓଡିଶା ଅନ୍ତର୍ଗତ ସମସ୍ତ ଜିଲ୍ଲାର ବରିଷ୍ଠ ନାଗରିକ ସଂଗଠନ ଗୁଡିକ ମହାସଂଘ ସହ ଅନୁବନ୍ଧିତ ହୋଇ କାର୍ଯ୍ୟ କରିଆସୁଛନ୍ତି । ସଂଗଠନ ଗୁଡିକର କାର୍ଯ୍ୟକୁ ପ୍ରଶଂସା କରିଥିଲେ ତଥା ଆଗାମୀ ଦିନରେ ଜନସାଧାରଣଙ୍କର ସେବା କିପରି ଭାବରେ ହୋଇପାରିବ ସେଥି ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ମହାସଚିବ ଶ୍ରୀ ମହାପାତ୍ର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦାବି ତଥା ସମ୍ବିଧାନ ସଂଶୋଧନ ବାବଦରେ ଗୃହରେ ରଖିଥିବା ପ୍ରସ୍ତାବ ଗୃହିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାର ଏଡ୍‌ଭୋକେଟ ଅଶୋକ କୁମାର ମିଶ୍ରଙ୍କୁ ମହାସଂଘର ଉପଦେଷ୍ଟା ଭାବରେ ମନୋନିତ କରାଯାଇଥିଲା । ପୂର୍ବରୁ ସାଧାରଣ ପରିଷଦ ବୈଠକରେ ଉପସଭାପତି ଭାବରେ ପ୍ରଭାକର ମିଶ୍ରଙ୍କୁ ମନୋନିତ କରାଯାଇଥିଲା ତାହାକୁ ଆଜିର ସଭାରେ ନବୀକରଣ କରାଗଲା । ମଂଚ ପରିଚାଳନାରେ ସହଯୋଗ କରିଥିଲେ ସୁନିଲ ଚନ୍ଦ୍ର ବିଶ୍ୱାଲ, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ନିଳାଞ୍ଚଳ ଚିରଗୁନ, ମଧୁସୁଦନ ନାୟକ । ବରିଷ୍ଠ ନାଗରିକ ସମ୍ମାନ ୨୦୨୪ ପଣ୍ଡିତ କୂଳମଣି ମହାପାତ୍ର ବରଗଡ ଜିଲ୍ଲା, ସୁନିତା ମୁଣ୍ଡ ବରପାଲି ଓ ଶୁଧାଂଶୁ ଶେଖର ଦର୍ଜି ବଲାଙ୍ଗିରଙ୍କୁ ମୋମେଣ୍ଟୋ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ଧନଞ୍ଜୟ ମିଶ୍ର, ପୀତବାସ ପଣ୍ଡା ଓ ମଧୁସୁଦନ ନାୟକ । ମହାସଂଘର ଏହି କାର୍ଯ୍ୟକ୍ରମକୁ ସଂଗଠନ ସଂପାଦକ ନାରାୟଣ ନାୟକ ପରିଚାଳନା କରିଥିଲେ । ଏହି ସଭାରେ ପଶ୍ଚିମ ଓଡିଶା ଅନ୍ତର୍ଗତ ସମସ୍ତ ଜିଲ୍ଲା ତଥା ଆଠମଲ୍ଲିକ ଉପଖଣ୍ଡର ପ୍ରାୟ ୨୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ । ବଲାଙ୍ଗିର ଜିଲ୍ଲାର ଏହି ସଭାରେ ସଫଳ ଭାବରେ କରିଥିବାରୁ ଅତିଥିମାନେ ଭୁୟସି ପ୍ରଶଂସା କରିଥିଲେ । ଗଠନ କରାଯାଇଥିଲା ବିଭିନ୍ନ କମିଟିର ଆବାହକ ତଥା ସଭ୍ୟ ବିନୟ କୁମାର ମିଶ୍ର, ଚୁଡେନ୍ଦ୍ର ବେହେରା, ଚିତ୍ତରଂଜନ ପଟେଲ, ପ୍ରମୋଦ ଗୁରୁ, ଗୌର ଚନ୍ଦ୍ର ପୁରୋହିତ, ଦୁର୍ଗା ହୋତା, ପ୍ରଦ୍ୟୁମ୍ନ ଗଡତ୍ୟା, ପୂର୍ଣ୍ଣଚନ୍ଦ୍ର ମେହେର, ଛାୟାକାନ୍ତ ସାହୁ, ମଥାମଣି ପଣ୍ଡା, ଷଢାନନ ରାଉତ, ତ୍ରିଲୋଚନ ଦାଶ, କପିଳେଶ୍ୱର ଖମାରୀ, ଇଂ. ହରେକୃଷ୍ଣ ମେହେରଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

6 + four =

error: Content is protected !!