pakka

ରାଜନୀତି ମୋ ପାଇଁ ଲୋକଙ୍କ ସେବା କରିବା : ସମରେନ୍ଦ୍ର

bbehera
  • ଛାତ୍ର, ଯୁବକଙ୍କ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚନ୍ଦନଭାଟି ପଂଚାୟତ ଅନ୍ତର୍ଗତ ବଘଲା ଗାଁରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ମୋ ମତରେ ରାଜନୀତିର ଉଦ୍ଦେଶ୍ୟ ଲୋକଙ୍କ ପାଇଁ ପ୍ରଚୁର ମାତ୍ରାରେ ଉପଲବ୍ଧ ହୋଇ ଜନସାଧାରଣଙ୍କ ସେବା କରିବା । ଗତ ଦଶବର୍ଷରେ ଆମର ପ୍ରିୟ ବିଧାୟକ ନରସିଂହ ମିଶ୍ର ତାହା ପ୍ରମାଣ କରିସାରିଛନ୍ତି । ବର୍ଷର ପ୍ରତ୍ୟେକ ମାସ, ମାସର ପ୍ରତ୍ୟେକ ଦିନ ରାଜନୀତି ମାଧ୍ୟମରେ ଯଦି କିଏ ଲୋକଙ୍କୁ ସେବା ପ୍ରଦାନ କରିଥାଏ ତେବେ ତାହା ଆମ ପ୍ରିୟ ବିଧାୟକ ନରସିଂହ ମିଶ୍ର । ତେଣୁ ଅଞ୍ଚଳର ବୃହତ୍ତର ସ୍ୱାର୍ଥ ଓ ଗତ ୧୦ ବର୍ଷର ବିକାଶ ପ୍ରକ୍ରିୟାକୁ ଆଗକୁ ନିରନ୍ତର ଜାରି ରଖିବା ପାଇଁ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳର ହାତ ଚି଼ହ୍ନରେ ଭୋଟ ଦେଇ ଏଇ ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରନ୍ତୁ ବୋଲି ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚନ୍ଦନଭାଟି ପଂଚାୟତ ଅନ୍ତର୍ଗତ ବଘଲା ଗାଁରେ ଅନୁଷ୍ଠିତ ସାଧାରଣ ସଭାରେ ନିଜ ବକ୍ତବ୍ୟରେ କହିଛନ୍ତି । ସାଧାରଣ ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ କେବଳ ନିର୍ବାଚନ ସମୟରେ ବଲାଙ୍ଗିର ସହରରେ ଦେଖାଯାଆନ୍ତି, ଆପଣମାନେ ସେହି ରାଜନେତା ମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ମିଛ ବାହାନା, ଭୁଲ ତଥ୍ୟ ଓ କୁମ୍ଭୀର କାନ୍ଦଣା କାନ୍ଦି ଆପଣମାନଙ୍କୁ ଭୁଆଁ ବୁଲେଇବେ ଓ ନିର୍ବାଚନ ପରେ ବଲାଙ୍ଗିରରୁ ଉଭାନ ହୋଇଯିବେ । ଅତୀତରେ ଅନେକ କ୍ଷମତା ପାଇ ମଧ୍ୟ ବଲାଙ୍ଗିର ଲୋକଙ୍କ ପାଇଁ ଏମାନେ କିଛି କରି ପାରିଲେ ନାହିଁ । ତେଣୁ ଏଇ ବିକାଶ ବିରୋଧୀ ତତ୍ତ୍ୱକୁ ଆପଣମାନେ ଆଗାମୀ ନିର୍ଵାଚନରେ ବରଖାସ୍ତ କରନ୍ତୁ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଲୋକଙ୍କୁ ଆହ୍ୱାନ କରିଥିଲେ । ସାଧାରଣ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ, ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଆମକୁ ଏକ ଲଢୁଆ ବିଧାୟକ ନିର୍ବାଚିତ କରିବାକୁ ହେବ । ଯିଏକି ସରକାରଙ୍କ ସମ୍ମୁଖରେ ବଲାଙ୍ଗିରର ବିକାଶ ପାଇଁ ଚାପ ସୃଷ୍ଟି କରିପାରିବ । ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିପାରିବ ଓ ବଲାଙ୍ଗିରକୁ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଆଣିପାରିବ । ଏହି ନିର୍ବାଚନରେ ସମରେନ୍ଦ୍ର ହିଁ ସେହି ପ୍ରାର୍ଥୀ ଯିଏ କି ଆପଣମାନଙ୍କ ହକ୍‌ ପାଇଁ ବିଧାନସଭାରେ ଜୋର୍‌ଦାର୍‌ ଲଢେଇ କରିପାରିବ । ତେଣୁ ଆପଣମାନେ ଏହି ନିର୍ବାଚନରେ ବହୁ ପରିମାଣରେ କଂଗ୍ରେସ ପ୍ରାର୍ଥୀଙ୍କୁ ହାତ ଚି଼ହ୍ନରେ ଭୋଟ ଦେବେ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ବାସୁଦେବ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ସଂଗୀତା ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପାଣିଗ୍ରାହୀ, କପିଳେଶ୍ଵରର ପାଣିଗ୍ରାହୀ, ଜଗବନ୍ଧୁ ପୁରୋହିତ, ସୁନାଧାର ପଧାନ, ରାମ ପ୍ରସାଦ ମିଶ୍ରଙ୍କ ସମେତ ସହସ୍ରାଧିକ ବଘଲା ଓ ଆଖପାଖ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 + sixteen =

error: Content is protected !!