pakka

କନ୍ଧବାହାଲ ଗ୍ରାମରେ କଲାର ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କନ୍ଧବାହାଲ ଗ୍ରାମଠାରେ ପାଟଣାରାଜ ଦଣ୍ଡସେନା କଲାର ସମାଜର ବାର୍ଷିକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସୁରେଶ ଚନ୍ଦ୍ର ନେଓରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପାଟଣାରାଜ କଲାର ସମ୍ପାଦକ ଖଗେଶ୍ୱର ଦଣ୍ଡସେନା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ପାଟଣାରାଜ ଅଞ୍ଚଳରେ ବସବାସ କରୁଥିବା କଲାର ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ ନାରୀ ଶିକ୍ଷାର ବିକାଶ ସହିତ ସମାଜରୁ କୁସଂସ୍କାର ଦୂର କରିବା ନିମନ୍ତେ ଗୁରୁତ୍ଵାରୋପ କରାଯାଇଥିଲା । କୋଷାଧ୍ୟକ୍ଷ ରାଜେଶ ନେଓରା ବାର୍ଷିକ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଯୋଗେଶ୍ୱର ସୁନାନୀ, ରମେଶ ନେଓରା, ଆଶିଷ ନେଓରା, ଜୟଲାଲ ଦଣ୍ଡସେନା, ମାୟାରାମ ଦଣ୍ଡସେନା, ଦୁର୍ଯ୍ୟୋଧନ ଦଣ୍ଡସେନା, ଡିଙ୍ଗର ନେଓରା, ମୋହନ ନେଓରା, ପ୍ରଦୀପ ନେଓରା, ବିଶ୍ଵମ୍ବର ଦଣ୍ଡସେନା, ଧନସିଂହ ଦଣ୍ଡସେନା, ପୁରନ୍ଦର ନେଓରା, ଅର୍ଜୁନ ଦଣ୍ଡସେନା, ଟେକରାମ ସୁନାନୀ ଓ ଭାଗିରଥି ସାହାଡ଼ା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

twelve + fourteen =

error: Content is protected !!