csstore

ଆର୍ନ୍ତଃଜାତୀୟ କରାଟେରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତା ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଅଷ୍ଟମ ଆର୍ନ୍ତଃଜାତୀୟ କରାଟେ ପ୍ରତିଯୋଗିତା ଇଣ୍ଡିଆନ୍ସ ଚ୍ୟାଲେଞ୍ଜର କପ୍‌ରେ ବଲାଙ୍ଗିର କରାଟେକାମାନେ ୯ ଗୋଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି କାଂସ୍ୟ ସହ ମୋଟ୍‌ ୧୮ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାକୁ ଅଲ୍‌ ଇଣ୍ଡିଆ ସେଇସିନ୍‌କାଇ ସିଟୋର‍୍ୟୁ କରାଟେ ସଂଘ ଆୟୋଜନ କରିଥିବା ବେଳେ ସିହାନ ପ୍ରେମଜିତ ସେନ ପରିଚାଳନା କରିଥିଲେ । ସମଗ୍ର ଭାରତ ତଥା ନେପାଳ, ଭୁଟାନ, ବାଙ୍ଗଳାଦେଶ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ମାଲେସିଆ, ଓମାନ ଦେଶରୁ ୬ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୨ ଶହରୁ ଅଧିକ ରେଫେରି ଓ ଜଜ୍‌ର କାର୍ଯ୍ୟ ତୁଳାଇଥିଲେ । ବଲାଙ୍ଗିର ଜିଲ୍ଲାରୁ ବଲାଙ୍ଗିର କରାଟେ ସ୍କୁଲର ୧୪ ଜଣ ପ୍ରତିଯୋଗି କ୍ରେୟାଂଶ ଲେଙ୍କା, ଆନନ୍ଦିତା ସାହୁ, ଲୋକେଶ ବାଗ, କାବ୍ୟା ହଂସ, ଜସମିନ୍‌ ସାହୁ, ତମନ୍ନା ମେହେର କାତାରେ ସ୍ୱର୍ଣ୍ଣପଦକ, ମିନି ଠେଲା କାତାରେ ରୌପ୍ୟ, ଆରାଧ୍ୟା ସାହୁ କାତାରେ କାଂସ୍ୟ, ଆୟୁଶ ମେହେର କୁମିତିରେ ରୌପ୍ୟ ଓ କାତାରେ କାଂସ୍ୟ ପଦକ, ହର୍ଷିତା ସିଂ କାତା ଓ କୁମିତିରେ ସ୍ୱର୍ଣ୍ଣ, ଆଦିତ୍ୟ ବାରିକ କାତାରେ ରୌପ୍ୟ ଏବଂ କ୍ରିଷ୍ଣା ନାୟକ କାତାରେ କାଂସ୍ୟ ଓ କୁମିତିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସ୍କୁଲର ସଂପାଦକ ତଥା ମୁଖ୍ୟ କୋଚ୍‌ ହୃଦୟ ଶବର ରେଫରି ଓ ଜଜ୍‌ର କାର୍ଯ୍ୟ ତୁଳାଇଥିବା ବେଳେ ସହ କୋଚ୍‌ ମନ ଗୋବିନ୍ଦ ମେହେର, ପୁରୁଷୋତ୍ତମ ବାଗ ଓ ଟିମ୍‌ ମ୍ୟାନେଜର୍‌ ରାଜେନ୍ଦ୍ର ବାଗ ଆଜି କୋଲକତାରୁ ଫେରିଛନ୍ତି । ଏହି ସଫଳତା ପାଇଁ କରାଟେ ସ୍କୁଲର ସହ ସଂପାଦକ ଚନ୍ଦ୍ର ଶେଖର ସେଠ, ବଲାଙ୍ଗିର ଜିଲ୍ଲା କରାଟେ ଡୁ ସଂଘ ଓ କରାଟେ ସ୍କୁଲର କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.