pakka

୩୫ତମ ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ସଂଘର ସଫଳତା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୩୫ତମ କ୍ୟାଡେଟ୍‌ ଓ ଯୁଗ୍ମ ରାଜ୍ୟ କରାଟେ ଚମ୍ପିଆନସିପ୍‌ ୨୦୨୪ ତା ୭ ରିଖ ଅପ୍ରିଲରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ମୋଟ୍‌ ୧୪୦ ଜଣ କରାଟେ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ବଲାଙ୍ଗିର ଜିଲ୍ଲା କରାଟେ ସଂଘ ତରଫରୁ ୧୦ ଜଣ ଉଭୟ ବାଳିକା ବାଳକ ଭାଗ ନେଇଥିଲେ । ବାଳିକା ବିଭାଗରେ ଅଙ୍କିତା ବିଶ୍ୱାଲ (୪୨ କେଜି) କୁମିତି ବର୍ଗରେ କାଂସ୍ୟ, ସର୍ମିଷ୍ଠା ଜାଲ (୪୮ କେଜି) କାଂସ୍ୟ ପଦକ । ସେହିପରି ବାଳକ ବିଭାଗରେ ଧିରଜ ଜେନା (୫୦ କେଜି) ରୌପ୍ୟ ପଦକ ଓ ପପୁ ସାହୁ (୪୫ କେଜି) କାଂସ୍ୟ ମୋଟ ଚାରି ଗୋଟି ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାକୁ ଓଡିଶା ରାଜ୍ୟ କାରାଟେ ସଂଘର ସଭାପତି ଡ. ହରି ପ୍ରସାଦ ପଟ୍ଟନାୟକ ଓ ସଂପାଦିକା ଗୌରୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସେନ୍‌ସାଇ ରାଜିବ ସିଂ ଓ ସେନ୍‌ସାଇ ଦିପକ ସାମନ୍ତରାୟ ପରିଚାଳନା କରିଥିବା ବେଳେ ଜିଲ୍ଲା କରାଟେ ସଂଘର ଉପସଭାପତି ସୁରେଶ ଚନ୍ଦ୍ର ଜାଲ, ସଂପାଦକ ହୃଦୟ ଶବର, କୋଷାଧ୍ୟକ୍ଷ ଗୋପାଳ ଦୀପ ଓ ଚନ୍ଦ୍ରଶେଖର ସେଠ୍‌ ରେଫେରି ଏବଂ ଜଜ୍‌ର କାର୍ଯ୍ୟ ତୁଳାଇଥିଲେ । ଏହି ସଫଳତାରେ ଜିଲ୍ଲା କରାଟେ ସଂଘର ସଭାପତି ଦେବଦତ୍ତ ବେହେରା, ବଲାଙ୍ଗିର କାରାଟେ ସ୍କୁଲର ସଭାପତି ସଚିଦାନନ୍ଦ ବାଗ, ସମସ୍ତ କର୍ମକର୍ତ୍ତା ଓ ଅଭିଭାବକଗଣ ଶୁଭେଚ୍ଛା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

8 − 6 =

error: Content is protected !!