csstore

ଲୋଇସିଂହା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସୁଦ୍‌ପଡା କଲ୍ୟାଣ ମଣ୍ଡପଠାରେ ଲୋଇସିଂହା କଂଗ୍ରେସ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ଓମ୍‌ ପ୍ରକାଶ କୁମ୍ଭାରଙ୍କୁ ଲୋଇସିଂହା ଏବଂ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳିର ୩୦ରୁ ଅଧିକ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନମାନ ସମ୍ବର୍ଦ୍ଧନା ଦେଇଥିଲେ । ସୀତାରାମ କୁମ୍ଭାରଙ୍କ ସଭାପତିତ୍ୱରେ ଦଳିତ ସମାଜ ସଭାପତି ବିଜୟ ଚନ୍ଦ୍ର ବାରିକ, ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ସତ୍ୟାନନ୍ଦ ସୁନା, ଜେଡିବିଏମ୍‌ ସଭାପତି ନଟରାଜ ନାଗ, ବ୍ରଜ ବିହାରି ନାଗ, ପଶ୍ଚିମ ଓଡିଶା ମହିଳା ସଭାନେତ୍ରୀ ସବିତା ନନ୍ଦ, ଦେଓଗାଁ ବ୍ଲକ୍‌ ଉପସଭାପତି ସୂର୍ଯ୍ୟକାନ୍ତି ଛତ୍ରିଆ, କୁନା ବାଗ, ପ୍ରଭାତ ମହାନନ୍ଦ, ସୁଶିଳ ପାଣିଗ୍ରାହୀ, ବାସୁଦେବ ମୁଗ୍ରୀ, ଦଣ୍ଡୁଆ କୁମ୍ଭାର, ଫଣିନ୍ଦ୍ର କୁମ୍ଭାର, ବିରୋଧ ତାଣ୍ଡି, ରଘୁନାଥ ମୁଗ୍ରୀ, ମିଷ୍ଟି କୁମ୍ଭାର ସମ୍ବର୍ଦ୍ଧନା ଜ୍ଞାପନ ସଭାରେ ଭାଗ ନେଇଥିଲେ ଏବଂ ଶେଷରେ ଦଳିତ ନେତା ଜ୍ୟୋତିଷ କୁମାର ମୁଗ୍ରୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଦୁଇ ନିର୍ବାଚନ ମଣ୍ଡଳିର ୫୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.