mahavir

ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉଚ୍ଚ ସଫଳତା : ସିବିଏସଇ ଦଶମ ପରୀକ୍ଷାରେ ୯୧. ୪% ପାସ ହାର, ପ୍ରଜ୍ଞ୍ୟାଶ୍ରୀ କୁମ୍ଭାର ବିଦ୍ୟାଳୟ ଟପ୍ପର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସଦ୍ୟ ପ୍ରକାଶ ପାଇଥିବା ସିବିଏସଇ ୨୦୨୬ ଦଶମ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ମୁରିବାହାଲ ଓଡିଶା ଆଦର୍ଶ ବିଦ୍ୟାଳୟରୁ ଚଳିତ ବର୍ଷ ଦଶମ ଶ୍ରେଣୀରେ ମୋଟ ୬୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୬୧ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୬ଜଣ କମ୍ପାର୍ଟମେଣ୍ଟାଲ ପାଇଛନ୍ତି । ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞ୍ୟାଶ୍ରୀ କୁମ୍ଭାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ଶତପ୍ରତିଶତ (୧୦୦ରୁ ୧୦୦) ନମ୍ବର ରଖିବା ସହିତ ନିଜର ସମୁଦାୟ ୯୭.୦୪% ପ୍ରତିଶତ ନମ୍ବର ସହିତ ଶ୍ରେଷ୍ଠତ୍ୱ ଲାଭ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ବିଦ୍ୟାଳୟର ପାସ ହାର ବୃଦ୍ଧି ହୋଇ ୯୧. ୦୪% ପ୍ରତିଶତ ହୋଇଥିବାବେଳେ ୯୫% ଉପରେ ଜଣେ, ୮୦%ରୁ ତଦୁର୍ଦ୍ଦ୍ୱ ୧୭ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୪୪ଜଣ ଛାତ୍ରଛାତ୍ରୀ ଶତକଡା ୬୦%ରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ସମସ୍ତ ଫଳାଫଳରେ ଛାତ୍ରଛାତ୍ରୀଙ୍କ ଅଭୁତପୂର୍ବ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁଙ୍କ ସମେତ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.