mahavir

ବଲାଙ୍ଗିରର ଏକାଡେମୀ ହାଇଟ୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ କମାଲ

ବଲାଙ୍ଗିର : ବର୍ତ୍ତମାନ ସିବିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଉ ଏଥିରେ କମାଲ କରିଛନ୍ତି ବଲାଙ୍ଗିରର ଏକାଡେମୀ ହାଇଟ୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ପାଖାପାଖି ୧୧ ଜଣ ଛାତ୍ର ଛାତ୍ରୀ ୯୦ ଶତକଡା ରୁ ଅଧିକ ମାର୍କ ଆଣିଥିବା ବେଳେ ସ୍କୁଲର ଅନୁଷ୍କା ସେଠ୍ ୯୮ ଶତକଡା ମାର୍କ ରଖି ଟପ୍ପର ହୋଇପାରିଛନ୍ତି । ଏହା ସହ ସ୍କୁଲର ରିଦ୍ଧି ଗୋୟଲ ୯୬ ଶତକଡା, ଶ୍ରୀଶା ପଟ୍ଟନାୟକ ୯୫ ଶତକଡା, ସୋନାକ୍ଷୀ ସାହୁ ୯୫ ଶତକଡା, ଜୁନୁରେନ୍ ଏଚ ଅଲ୍ଲୀ ୯୫ ଶତକଡା, ତନୁଶ୍ରୀ ଜେନା ୯୪ ଶତକଡା, ଅମରଜିତ୍ ଶର୍ମା ୯୨ ଶତକଡା, ସାଈମା ପି ମଲ୍ଲିକ ୯୨ ଶତକଡା, ଆଦର୍ଶ ଅଗ୍ରୱାଲ ୯୦ ଶତକଡା, ପୀୟୁଷ ପି ଭୋଇ ୯୦ ଶତକଡା ଓ ୟୁଗ ମୁଗ୍ରୀ ନାମକ ଛାତ୍ର ୯୦ ଶତକଡା ରଖି ବଲାଙ୍ଗିର ମାଟିରେ ସ୍କୁଲର ନା ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ସଫଳତାଙ୍କୁ ନେଇ ସ୍କୁଲରେ ମିଠା ବଣ୍ଟନ କରିବା ସହ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ ।

Leave A Reply

Your email address will not be published.