pakka

ସାପ କାମୁଡାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

bbehera

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ରାଣୀପଥର ଗ୍ରାମରେ ଏକ ଦୁଃଖ ଦାୟକ ଘଟଣା ଘଟିଯାଇଛି । ସୂଚନା ଅନୁସାରେ ସୋମବାର ରାତିରେ ଗ୍ରାମର ଦମ୍ପତି ଦ୍ୱୟ ସାଗର ମଳିକ ଓ ପତ୍ନୀ ଅନୁସୟା ମଳିକ ନିଜ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଗୁରୁତର ଅବସ୍ଥାରେ ୧୦୮ଗାଡ଼ିରେ ଫୁଲବାଣୀ ମୁଖ୍ୟ ଚିକତ୍ସାଳୟକୁ ଆଣିବା ପରେ ସାଗର ମଳିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଅନୁସୟା ମଳିକ ଚିକିତ୍ସାଧିନ ଅଛନ୍ତି । ସୁଡୁକୁମ୍ପା ଫାଣ୍ଡି ଅଧିକାରୀ ସୁଶୀଲ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି କେସ ନଂ ୧୫/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତଦେହକୁ ନିଜ ଗ୍ରାମରେ ସତ୍କାର କରାଯାଇଛି । ପତ୍ନୀ ଅନୁସୟାର ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେଇ ଚିକିତ୍ସା କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି । ଘରେ ବର୍ତ୍ତମାନ ୩ ପୁଅ ଓ ୧ ଝିଅ ଅଛନ୍ତି । ଦମ୍ପତି ଦ୍ୱୟଙ୍କ ପରିବାର ଅତି ଗରିବ ହୋଇଥିବା ଯୋଗୁଁ ସରକାରୀ ସହାୟତା ପ୍ରଦାନ କରିବାକୁ ସମାଜସେବୀ ତଥା ପଞ୍ଚାୟତ ସମିତି ସଭ୍ୟ ବୈଦ୍ୟନାଥ ବେହେରା ଜିଲ୍ଲା ପ୍ରଶାସନକୁ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

14 + 19 =

error: Content is protected !!