pakka

ଗଣେଶ ପୂଜା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ୧୪୪ ଧାରା ଜାରି

bbehera

ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ସୋହଡା ଗ୍ରାମ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ବାଜପେୟୀ କ୍ଲବ ନିକଟରେ ଗଣେଶ ପୂଜା ପାଇଁ ମଣ୍ଡପ ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହିତ କିଛି ଯୁବକ ଆହତ ହୋଇଛନ୍ତି । ଏନେଇ ଉଭୟ ପକ୍ଷରୁ ଧାମନଗର ଥାନାରେ ପୃଥକ ପୃଥକ ଭାବରେ ଅଭିଯୋଗ କରାଯାଇଛି । ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଉକ୍ତ କ୍ଲବ ନିକଟରେ କେତେକ ଯୁବକ ଗଣେଶ ପୂଜା ପାଇଁ ମଣ୍ଡପ ତିଆରି କରୁଥିବା ବେଳେ ଅନ୍ୟ ଯୁବକମାନେ ଏହାକୁ ବିରୋଧ କରିଥିଲେ । ଏନେଇ ଧାମନଗର ଥାନାରେ ଅଭିଯୋଗ କରାଯାଇଥିଲା । ପରେ ଘଟଣାସ୍ଥଳରେ ଧାମନଗର ତହସିଲଦାର ପହଞ୍ଚିଥିବା ବେଳେ ତହସିଲଦାର ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା । ସେହି ସମୟରେ ତହସିଲଦାର ଘଟଣାସ୍ଥଳରୁ ଫେରିଯାଇଥିଲେ । ପରେ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ତହସିଲଦାର । ଫଳରେ ସମ୍ପୃକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

jay balangir
Leave A Reply

Your email address will not be published.

2 × three =

error: Content is protected !!