କୁମିଆପାଲି ଗ୍ରାମରେ ପୋଲିସ ସନ୍ତ୍ରାସକୁ ଏସୟୁସିଆଇ ପକ୍ଷରୁ ଦୃଢ଼ ନିନ୍ଦା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଅଞ୍ଚଳରେ ବିସ୍ଥାପିତ ହେବାକୁ ଥିବା କୁମିଆପାଲି ଗ୍ରାମର ଲୋକଙ୍କ ଦାବୀକୁ ପ୍ରଶାସନ ସହୃଦୟତା ସହ ପୂରଣ କରିବା ଉଚିତ କ୍ଷତିପୂରଣ ଦେବା ଓ ଥଇଥାନ କରିବା ପରିବର୍ତ୍ତେ ରାତିଅଧିଆ ପୋଲିସ ଆତଙ୍କରାଜ ସୃଷ୍ଟି କରି ୭ ଜଣ ଲୋକଙ୍କୁ ବଳପୂର୍ବକ ଉଠେଇ ନେବାକୁ ଏସୟୁସିଆଇ (କମ୍ୟୁନିଷ୍ଟ )ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯାଉଛି । ପୋଲିସ ପ୍ରଶାସନ ଗ୍ରାମବାସୀଙ୍କ ସହିତ ମୁକାବିଲାମୂଳକ ମନୋଭାବ ପରିହାର କରି ଲୋକଙ୍କ ଦାବୀକୁ ମାନିନେବା ଓ ପୋଲିସ ଆତଙ୍କରାଜ ବନ୍ଦ କରିବା ପାଇଁ ଦଳ ପକ୍ଷରୁ ଦୃଢ଼ ଦାବୀ କରାଯାଇ ଏକ ପ୍ରେସ ବିବୃତ୍ତି ଜାରୀ କରାଯାଇଛି । ଆଜି ଦଳର ଜିଲ୍ଲା ସମ୍ପାଦକ ସୁନୀଲ କୁମାର ଭୋଇ ଓ ଏଆଇଡ଼ିଏସଓ ଜିଲ୍ଲା ସଭାପତି ମଧୁସୂଦନ ବାଗଙ୍କ ନେତୃତ୍ୱରେ ଏକ ଟିମ କୁମିଆପାଲି ଗ୍ରାମ ଗସ୍ତ କରି ବିସ୍ଥାପିତ ଲୋକମାନଙ୍କୁ ଭେଟିଛନ୍ତି ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପର୍ଯ୍ୟନ୍ତ ଆନ୍ଦୋଳନ ଚଳେଇ ରଖିବାକୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.