ପୁର୍ବତନ ବିଧାୟକ କନକଙ୍କ ଜନ୍ମ ଦିନରେ ବୃକ୍ଷରୋପଣ କଲେ ସାଂସଦ ସଙ୍ଗୀତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସାଂସଦ ସଙ୍ଗୀତା ସିଂହଦେଓଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଓ ପାଟଣାଗଡ଼ ମହାରାଜା କନକ ବର୍ଦ୍ଧନ ସିଂହଦେଓଙ୍କ ଆଜି ଜନ୍ମ ଦିନରେ ସଇଁନ୍ତଳା ବ୍ଳକ ଟିକ୍ରାପଡାସ୍ଥିତି ଦେଓଗାଁ ସପ୍ତସି ସେବାଶ୍ରମକୁ ଆଜି ଗସ୍ତ କରି ସେବାଶ୍ରମରେ ରହୁଥିବା ପିଲାଙ୍କ ସହ ମିଶି ହୋମଯଜ୍ଞ ମଧ୍ୟ କରାଯାଇଥିଲା । ପରେ ଆଶ୍ରମ ପରିସରରେ ପୂର୍ବତନ ବିଧାୟକ ଓ ସାଂସଦ ଦୁହେଁ ମିଶି ବୃକ୍ଷରୋପଣ କରି ନିଜ ଜନ୍ମ ଦିନକୁ ବେଶ ଉତ୍ସାହିତ ସହ ପାଳନ କରିଥିଲେ । ସେବାଶ୍ରମର ମୁଖ୍ୟ ପରିଚାଳକ ସହଦେବ ଶାସ୍ତ୍ରୀଙ୍କ ଉପସ୍ଥିତରେ ଆଶ୍ରମର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ବିଜେପିର କର୍ମୀମାନେ ସାମିଲ ହୋଇ ଜନ୍ମଦିନକୁ ପାଳନ କରିବା ପାଇଁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

15 − 8 =