ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଆକ୍ରାନ୍ତ : ୮୮ ସୁସ୍ଥ ଓ ଜଣେ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୫୩ ଜଣ ସଂକ୍ରମିତ ହୋଇଥିବା ବେଳେ ୮୮ ଜଣ ସୁସ୍ଥ ଓ ଜଣେ ମୃତ୍ୟୁବରଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୩ଜଣ, ବଲାଙ୍ଗିର ଗ୍ରାମାଞ୍ଚଳରୁ ଜଣେ, ବଲାଙ୍ଗିର ପୌରାଞ୍ଚଳରୁ ୨ଜଣ, ବେଲପଡା ବ୍ଲକରୁ ୧୨ଜଣ, ଖପ୍ରାଖୋଲ ବ୍ଲକରୁ ୧୨ଜଣ, ଲୋଇସିଂହା ବ୍ଲକରୁ ଜଣେ, ମୁରିବାହାଲ ବ୍ଲକରୁ ୪ଜଣ, ପାଟଣାଗଡ ଗ୍ରାମାଞ୍ଚଳରୁ ଜଣେ, ପୁଇଁନ୍ତଲା ବ୍ଲକରୁ ୬ଜଣ, ସଇଁନ୍ତଲା ବ୍ଲକରୁ ୩ଜଣ, ଟିଟିଲାଗଡ ସହରାଞ୍ଚଳରୁ ଜଣେ, ତୁରେକେଲା ବ୍ଲକରୁ ୬ଜଣ ଓ ତୁଷୁରା ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୨୫୦୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧୯୩୮ ଜଣ ସ୍ୱସ୍ଥ ହୋଇଥିବା ବେଳେ ୪୯୩ ଜଣ ସକ୍ରିୟ ଓ ୭୩ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

13 − 3 =