pakka

ଜୟପାଟଣାରୁ ବାଜିଲା ବିଜେଡିର ନିର୍ବାଚନୀ ଶଙ୍ଖନାଦ

bbehera

ଜୟପାଟଣା, (ଶେଷଦେବ ବେହେରା) : ସାଂପ୍ରତିକ ସାଧାରଣ ନିର୍ବାଚନ ପାଇଁ ଆଦିବାସୀ ସଂରକ୍ଷିତ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆସୁଥିବା ଜୟପାଟଣା ସହରର ବଜାର ପଡିଆ ପରିସରରେ ବିଜେଡିର ବ୍ୟାପକ ଆୟୋଜନ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ ଜନତାଙ୍କୁ ବାନ୍ଧି ରଖିବା ପାଇଁ ମଞ୍ଚ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଆୟୋଜିତ ବିଶାଳ ନିର୍ବାଚନୀ ସଭାରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଉପସ୍ଥିତ ରହି ଓଡ଼ିଶା ସରକାରଙ୍କ ସଫଳତା, ନବୀନଙ୍କ ସଂକଳ୍ପ ଓ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ବିକାଶକୁ ନେଇ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଚଳିତ ନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ ସହ ଯୋଡ଼ି ଶଙ୍ଖକୁ ବିଶ୍ୱାସ ମଧ୍ୟକୁ ନେଇ ବିଜେଡି ପ୍ରାର୍ଥୀମାନଙ୍କୁ ବିଜୟର ମୁକୁଟ ପିନ୍ଧାଇବା ପାଇଁ ନିବେଦନ କରିଥିଲେ । ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଷାରି ବିଗତ ୫ ବର୍ଷ ମଧ୍ୟରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସହଭାଗିତା ଉପରେ ବକ୍ତବ୍ୟ ରଖିବା ସହିତ ଆଗାମୀ ନିର୍ବାଚନ ପାଇଁ ବିପୁଳ ସମର୍ଥନ କାମନା କରିଥିଲେ । ବିଜେଡି କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ପୂର୍ବ ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ସମାଲୋଚନା କରିବା ସହିତ ବିଜେଡିର ପୂର୍ବତନ ସାଂସଦ ଅର୍କକେଶରୀଙ୍କୁ ମଧ୍ୟ କଟୁ ସମାଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

three × 1 =