pakka

ବଲାଙ୍ଗିର ବିଜେଡି ପକ୍ଷରୁ ପଡା ପଡାରେ ଘମାଘୋଟ ପ୍ରଚାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ପ୍ରଚାର ସେତେ ସେତେ ପ୍ରଖର ହେବାରେ ଲାଗିଛି । ବିଜେଡ଼ିର ମଙ୍ଗ ଧରିଛନ୍ତି ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ । ତାଙ୍କ ପୁଅ ବିଜେଡି ବିଧାନସଭା ପ୍ରାର୍ଥୀ କଳିକେଶଙ୍କ ପାଇଁ ୱାର୍ଡ ନଂ.୧୮ ସାଲେପାଲିର ମଠଖାଇ ମନ୍ଦିରଠାରେ ପୂଜା ଅର୍ଚ୍ଚନା କରିଥିବା ବେଳେ ଶହ ଶହ ବିଜେଡି କର୍ମୀଙ୍କୁ ନେଇ ଘରକୁ ଘର ଯାଇ କଳିକେଶଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି । ତାଙ୍କ ସହ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, କାଉନ୍‌ସିଲର୍‌ ଗଙ୍ଗା ଚାନ୍ଦ, କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ସଞ୍ଜୀବ ନାଥ ଏବଂ ଶହ ଶହ ବିଜେଡ଼ି ନେତା କର୍ମକର୍ତ୍ତାମାନେ ସାମିଲ୍‌ ଥିଲେ । ସେହିପରି ୱାର୍ଡ଼ ନଂ.୧୫ ମାଲପଡ଼ା ହନୁମାନ ମନ୍ଦିରଠାରେ କାଉନ୍‌ସିଲର୍‌ ମହେନ୍ଦ୍ର ବାଗଙ୍କ ନେତୃତ୍ୱଜବରେ ପଡ଼ାର ଜନସାଧାରଣ, ବୁଦ୍ଧିଜୀବୀ, ମହିଳା ଓ ଯୁବକଙ୍କୁ ନେଇ ଏକ ବିରାଟ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅନଙ୍ଗ ଉଦୟ ସିଂହଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ମହିଳା ବିଜେଡି ସଭାପତି ଦମୟନ୍ତୀ ବାଗ, ପ୍ରଦ୍ୟୁତ ମିଶ୍ର, ଭଗବାନ ବଗର୍ତ୍ତି ଓ ପ୍ରଭାସ ପାଣିଗ୍ରାହୀ, ସାଗରିକ ଗୁରୁ ପ୍ରମୁଖ ଯୋଗଦେଇ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ବିଜୟୀ ପାଇଁ ଜନତା ଜନାର୍ଦ୍ଦନଙ୍କ ଠାରୁ ଭୋଟ୍‌ ଭିକ୍ଷା କରିଥିଲେ । ଏହି ସଭାରେ ବଲାଙ୍ଗିରର ବିକାଶରେ ନବୀନ ସରକାରଙ୍କ ପ୍ରଚୂର ଯୋଗଦାନ ରହିଥିବା ସମସ୍ତେ ମତବ୍ୟକ୍ତ କରିଥିବା ବେଳେ ବଲାଙ୍ଗିରର ବିକାଶ ପାଇଁ ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ନିବେଦନ କରାଯାଇଛି । ୱାର୍ଡ଼ ୧୫ରେ ଜନସାଧାରଣଙ୍କ ସହିତ ଶହ ଶହ ମହିଳା, ଯୁବକ, ବିଜେଡି କର୍ମୀ ଯୋଗ ଦେଇଥିଲେ । ବଲାଙ୍ଗିରରେ ଆଗାମୀ ମେ’ ମାସ ୨୦ ତାରିଖ ଦିନ ମତଦାନ ହେବାକୁ ଥିବା ବେଳେ ଏବେଠୁ ନିର୍ବାଚନ ମଇଦାନରେ ବିଜେଡି ପକ୍ଷରୁ ପଡା ପଡାରେ ଘମାଘୋଟ ପ୍ରଚାର ଦେଖିବାକୁ ମିଳୁଛି ।

jay balangir
Leave A Reply

Your email address will not be published.

1 − one =