pakka

କେନ୍ଦ୍ର ସାହିତ୍ୟ ଅକାଦେମିର ବୃତ୍ତଚିତ୍ରକୁ ମଣିପୁରୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଅକାଦେମି ଦ୍ୱାରା ନିର୍ମିତ ବୃତ୍ତଚିତ୍ରକୁ ମଣିପୁରୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ବୃତ୍ତଚିତ୍ରଟି ବିଶିଷ୍ଟ ମଣିପୁରୀ ଲେଖକ ଖୁମନ ପ୍ରକାଶ ସିଂହଙ୍କ ଉପରେ ଆଧାରିତ । ଆଜି ଇମ୍ଫାଲଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ୧୫ତମ ମଣିପୁର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ବିତରଣ ଉତ୍ସବରେ ମଣିପୁରର ରାଜ୍ୟପାଳ ସୁଶ୍ରୀ ଅନୁସୁଇୟା ଉଇକେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ଅକାଦେମିକୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଶ୍ରେଷ୍ଠ ଜୀବନୀ / କଳା ଏବଂ ସଂସ୍କୃତି ଚଳଚ୍ଚିତ୍ର” ବିଭାଗରେ ମିଳିଥିବା ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର କେ ଶ୍ରୀନିବାସ ରାଓ । ସଚିବ ସାହିତ୍ୟ ଏକାଡେମୀ । ମଣିପୁର ସରକାରଙ୍କ ମୁଖ୍ୟ ଶାସନ ସଚିବ ଡକ୍ଟର ବିନୀତ ଯୋଶୀ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସୂଚନାଯୋଗ୍ୟ ଯେ ‘ଖୁମନ ପ୍ରକାଶ ସିଂ’ ଶୀର୍ଷକ ଜୀବନୀ ମୂଳକ ବୃତ୍ତଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅରିବମ ଶ୍ୟାମ ଶର୍ମା । ପୂର୍ବରୁ ଏହାକୁ ୨୦୨୩ ବର୍ଷର ଶ୍ରେଷ୍ଠ ଜୀବନୀ ବୃତ୍ତଚିତ୍ର ଘୋଷଣା କରାଯାଇଥିଲା । ଖୁମନ ପ୍ରକାଶ ସିଂ ବିଂଶ ଶତାବ୍ଦୀର ମଣିପୁରୀ ଲେଖକମାନଙ୍କ ମଧ୍ୟରୁ ଅନ୍ୟତମ । ସାହିତ୍ୟ ଅକାଦେମିର ଅଭିଲେଖାଗାର ପ୍ରକଳ୍ପରେ ବିଶିଷ୍ଟ ଭାରତୀୟ ଲେଖକ, କବି ଏବଂ ବିଦ୍ୱାନମାନଙ୍କ ଉପରେ ବୃତ୍ତଚିତ୍ର ପ୍ରସ୍ତୁତ କରାଯାଇଥାଏ ଏବଂ ଏପର୍ଯ୍ୟନ୍ତ ୧୭୨ଟି ବୃତ୍ତଚିତ୍ର ପ୍ରସ୍ତୁତ ହୋଇସାରିଛି । ଭାରତୀୟ ଲେଖକମାନଙ୍କ ଉପରେ ବୃତ୍ତଚିତ୍ର ନିର୍ମାଣ କରି ସାହିତ୍ୟ ଅକାଦେମି ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି ।

jay balangir
Leave A Reply

Your email address will not be published.

eight + 1 =