csstore

ସେବାଶ୍ରୀ ସମ୍ମାନରେ ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସମାଜ ସେବାରେ ସଂକଳ୍ପ ପରିବାରର ରହିଥିବା ଅବଦାନକୁ ହୃଦୟଙ୍ଗମ କରି ସୋହେଲା ସ୍ଥିତ ସଂସ୍କୃତି ଭବନ ଠାରେ ହଟ୍‌ ନ୍ୟୁଜ୍‌ ୨୪ର ପ୍ରଥମ ସ୍ଵନକ୍ଷେତ୍ର ଉତ୍ସବରେ ସଂକଳ୍ପ ପରିବାରକୁ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ କବିରତ୍ନ ଡ. ହଳଧର ନାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ, କବି ସୁଶାନ୍ତ ମିଶ୍ର, ଅସିତ ସ୍ୱାଇଁ, କିରଣ କୁମାର ମିଶ୍ର, ସୁବ୍ରତ ପାଣି ତଥା ବହୁ ପ୍ରତିଭାର ଅଧିକାରୀ ସମ୍ପନ୍ନ ଆଇନଜୀବୀ ଆଶୁତୋଷ ରଥ ଯୋଗଦାନ କରିଥିଲେ । ସଂକଳ୍ପ ପରିବାର ତରଫରୁ ସଭାପତି ରୋହିତ ଜସ୍ୱାଲ, ଜି. ରମେଶ, ସୁରେନ ଭୋଇ, ହେମନ୍ତ ସାହୁ, ଶେଷଦେବ ପଧାନ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ପତ୍ର ଗ୍ରହଣ କରିଥିଲେ । ଏହି ସମ୍ମାନ ପତ୍ର ଆଗକୁ ସମାଜ ସେବା କ୍ଷେତ୍ରରେ ଆମକୁ ଆହୁରି ଦାୟିତ୍ୱବାନ କରିବା ସହିତ ଅନେକ ଉତ୍ସାହ ଯୋଗାଇ ଦେବ ସଂକଳ୍ପ ପରିବାରକୁ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରି ଆମର ମନୋବଳ ସୁଦୃଡ଼ କରିବା ସହିତ ଉତ୍ସାହିତ କରିଥିବାରୁ ହଟ୍‌ ନ୍ୟୁଜ ୨୪ ଆଶୁତୋଷ ରଥଙ୍କୁ ସଂକଳ୍ପ ପରିବାର ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.