csstore

୭୫ ତମ ସ୍ୱାଧୀନତା ଦିବସ ଅବସରରେ ୭୫ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ୭୫ ତମ ସ୍ଵାଧୀନତା ଦିବସ ଅବସରରେ ତଥା ବରଗଡ ରକ୍ତ ଭଣ୍ଡାର ଏବଂ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଇଥିବାରୁ ସେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ତରଫରୁ ବରଗଡ ସର୍ବେଶ୍ଵର ମଣ୍ଡପଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରରେ ମୁଖ୍ୟ ଅତିଥି ଭାବରେ ଦେଶ ମାତୃ ଭୂମିକୁ ରକ୍ଷା କରିବାକୁ ଯାଇ ନିଜର ସର୍ବସ୍ୱ ବଳିଦାନ ଦେଇ ଯାଇଥିବା ବରଗଡ ଖଣ୍ଡତା ମାଟିର ବୀର ପୁତ୍ର ସହିଦ ରଞ୍ଜନ ଦାସଙ୍କ ମା’ କୁମଦିନି ଦାସ ପ୍ରଥମେ ଦ୍ଵୀପ ପ୍ରଜ୍ବଳନ କରି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୧୨ ଜଣ ମହିଳା ରକ୍ତଦାତା ସମେତ ସର୍ବମୋଟ ୭୫ ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ସଂଗୃହିତ ହୋଇଥିଲା । ସ୍ଵାଧୀନତା ଦିବସରେ ରକ୍ତଦାନ ଭଳି ଶ୍ରେଷ୍ଠ ଦାନ କରିଥିବାରୁ ନିଜକୁ ଗୌରବାନ୍ଵିତ ମନେ କରୁଥିବା କହିଛନ୍ତି ରକ୍ତଦାତା ମାନେ । ଉକ୍ତ ରକ୍ତଦାନ ଶିବିରରେ ମା’ ଶ୍ୟାମାକାଲି ମନ୍ଦିର କମିଟିର ସମ୍ପାଦକ ରାଜେଶ୍ ଶତପଥୀ, ସହସମ୍ପାଦକ ଲଲାଟେନ୍ଦୁ ବେହେରା, ସତ୍ୟ ରଥ, ପ୍ରମୋଦ ବିଶି, ବିଜୟ ମିଶ୍ର, ସରୋଜ ମହାପାତ୍ର, ବରିଷ୍ଠ ଆଇନଜୀବୀ ଲିପିସିତ ମିଶ୍ର, ବରଗଡ଼ ଜାବର ସଭାପତି ରବିନାରାୟଣ ପଣ୍ଡାଙ୍କ ବିଶେଷ ସହଯୋଗ ରହିଥିବା ବେଳେ ରକ୍ତଦାନ ଶିବିର ପରିଚାଳନାରେ ସଂକଳ୍ପ ପରିବାରର ସମସ୍ତ ସଦସ୍ୟ ସହଯୋଗ ରହିଥିଲା । ତେବେ ଏପରି ଏକ ସଙ୍କଟ ସମୟରେ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ଦେଖାଯାଉଥିବା ସମୟରେ ସ୍ବେଚ୍ଛାକୃତ ଭାବରେ ଆସି ରକ୍ତଦାନ କରିଥିବାରୁ ସମସ୍ତ ରକ୍ତଦାତା ମାନଙ୍କୁ ସଂକଲ୍ପ ପରିବାର ତରଫରୁ ଧନ୍ୟବାଦ ଜଣାଇଛନ୍ତି ସଂକଲ୍ପ ପରିବାରର ସଭାପତି ରୋହିତ ଜସ୍ୱାଲ ଓ ବିକାଶ ଅଗ୍ରୱାଲ ।

jayashree
Leave A Reply

Your email address will not be published.