jayashree

ବିଶ୍ୱ ଶିଶୁ ଦିବସ ୨୦୨୬ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ନିକଟସ୍ଥ ଫ୍ରେଣ୍ଡସ ଫର୍ ହ୍ୟୁମାନ ଡେଭଲପମେଣ୍ଟ ଅଫ୍‌ ଇଣ୍ଡିଆର ପ୍ରୋଗ୍ରାମ ଗୃହ ଠାରେ ବିଶ୍ୱ ଶିଶୁ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏଫ୍ ଏଚ୍ ଡି ଇଣ୍ଡିଆର ନିର୍ଦ୍ଦେଶକ ବିଲନ ସାଗର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା କହିଲେ ୨୦୨୬ ମସିହାର ବିଶ୍ୱ ଶିଶୁ ଦିବସ ପାଇଁ ନିର୍ଦ୍ଧାରିତ ଅଧିକାରିକ ଅଭିଯାନର ବିଷୟବସ୍ତୁ ଓ ବାର୍ତ୍ତା ଉପରେ ଜଣାଇଥିଲେ ଯଥା “ମୋର ଦିନ, ମୋର ଅଧିକାର, ମୋର ଭବିଷ୍ୟତ । ଶିଶୁମାନଙ୍କ କଥା ଶୁଣନ୍ତୁ ମୋର ଦିନ, ମୋର ଅଧିକାର, ମୋର ଭବିଷ୍ୟତ । ଏହି ଅଭିଯାନ ସମ୍ପର୍କିତ ବିଭିନ୍ନ ସୂଚନାପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ୍ ପରିବେକ୍ଷକ ଅଧିକାରୀ ଦିଗମ୍ବର କର କହିଲେ ୨୦୨୬ ମସିହାର ମୁଖ୍ୟ ଲକ୍ଷ୍ୟ ଓ ପ୍ରାଥମିକତା, ଯୁବପିଢ଼ିଙ୍କ ମତାମତ ଶୁଣିବା, ସରକାର, ସମାଜ ଓ ବୟସ୍କମାନଙ୍କୁ ଶିଶୁମାନଙ୍କ ଅନୁଭୂତି, ଚିନ୍ତାଧାରା, ମତାମତ ଏବଂ ପ୍ରାଥମିକତାକୁ ଗୁରୁତ୍ୱର ସହ ଶୁଣିବା ପାଇଁ ଉତ୍ସାହିତ କରିବା । ମୌଳିକ ଅଧିକାର ଶିଶୁମାନଙ୍କର କେତେକ ମୌଳିକ ଅଧିକାର ଉପରେ ଗୁରୁତ୍ୱ ଦେବା, ସୁରକ୍ଷା ପାଇବାର ଅଧିକାର, ଉନ୍ନତମାନର ଶିକ୍ଷା ପାଇବାର ଅଧିକାର, ସ୍ୱାସ୍ଥ୍ୟସେବା ପାଇବାର ଅଧିକାର, ଏକ ସୁରକ୍ଷିତ ଘର ଓ ପରିବେଶରେ ରହିବାର ଅଧିକାର, ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣା ତରଫରୁ ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ନୂତନ ଆହ୍ୱାନ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା ଶିଶୁମାନଙ୍କ ଜୀବନ ଉପରେ କିପରି ପ୍ରଭାବ ପକାଉଛି, ସେଥିପ୍ରତି ଆଲୋକପାତ କରିଥିଲେ । ଏଥିରେ ବିଶେଷ ଭାବରେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବା ସହ ଡିଜିଟାଲ୍ ଜଗତରେ ଶିଶୁମାନଙ୍କ ସୁରକ୍ଷା, ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତାର ସୁରକ୍ଷା । ଏହି ଅବସରରେ ସାମାଜିକ କର୍ମୀ ଅରୁଣ କୁମାର ଖୁଆସ୍ କହିଲେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଓ ଅନ୍ତର୍ଭୁକ୍ତିକରଣ ସହ ପ୍ରତ୍ୟେକ ଶିଶୁର ନିଜସ୍ୱ ମତାମତ, ଅଧିକାର ଓ ସ୍ୱପ୍ନ ରହିଛି । ତେଣୁ ଶିଶୁମାନଙ୍କ କଥା ଶୁଣିବା, ସେମାନଙ୍କ ଅଧିକାରକୁ ସମ୍ମାନ ଦେବା ଏବଂ ସେମାନଙ୍କର ଏକ ସୁନ୍ଦର ଓ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ କୁନାଲ ମିଶ୍ର, ଇଷ୍ଟର ରାଣୀ ବାରିକ, ଏସ୍‌କେ ଛତ୍ରିଆ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଅନୁଗ୍ରହ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.