csstore

ବିଶ୍ଵବିଦ୍ୟାଳୟରେ କରୋନା ଟେଷ୍ଟ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଦେଶରେ ରାଜ୍ୟ ସମ୍ପାଦକ ତଥା ନୂଆପଡ଼ା ପର୍ଯ୍ୟବେକ୍ଷକ ସୁମନ କୁମାର ନନ୍ଦଙ୍କ ନେତୃତ୍ଵରେ ଏକ ଛାତ୍ର ପ୍ରତିନିଧି ଦଳ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ସାକ୍ଷାତ କରି ସରକାରଙ୍କର ନିର୍ଦେଶରେ କରୋନା କମିବା ପରେ ପୁନଃଆରମ୍ଭ ହେଇଥିବା ବିଶ୍ଵବିଦ୍ୟାଳୟର ଯୁକ୍ତଦୁଇ, ଯୁକ୍ତତିନ ଓ ପିଜି ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯିବା ସହ କରୋନା ମହାମାରୀର ଭୟାବହତାକୁ ଅନୁଭବ କରି କେମିତି ବିଶ୍ଵବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀ ମାନଙ୍କର ସୁରକ୍ଷାକୁ ଦୃଷ୍ଟି ଦିଆଯିବ ସେ ଉପରେ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରାଯାଇଛି । ଏଥିରେ ବିଜୁ ଛାତ୍ର ଜନତା ଦଳର ଟାଣୁଆ ସଂଗଠକ ଆକାଶ ଗଡତିଆ, ବିକାଶ ମୁଦୁଲି, ବୁଲୁ ତରୁଆ ଓ ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.