pakka

ସଠିକ୍‌ ସମୟରେ ରକ୍ତଦାନ କରି ୧୦ ବର୍ଷର ଶିଶୁର ଜୀବନ ବଞ୍ଚାଇଲା ସଂକଲ୍ପ ପରିବାର

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ରକ୍ତ ଭଣ୍ଡାର ସମେତ ବୁର୍ଲା ତଥା ଆଖପାଖ ସମସ୍ତ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ଦେଖାଯାଉ ଥିବାରୁ ବର୍ତ୍ତମାନ ଲୋକେ ରକ୍ତ ବୁନ୍ଦାଏ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ଅସହାୟ ସମୟରେ ଅମ୍ବାଭୋନା ବାଞ୍ଜିପାଲି ଗ୍ରାମର ଏକ ସିକଲ ସେଲ ରୋଗରେ ଆକ୍ରାନ୍ତ ଥିବା ୧୦ ବର୍ଷର ଶିଶୁ ସୁମିତ ପଧାନକୁ ଏପଜିଟିଭ୍‌ ରକ୍ତର ଆବଶ୍ୟକତା ଥିବା ବେଳେ ପରିବାର ଲୋକେ ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କଲାପରେ ମଧ୍ୟ ସମାନ ଗ୍ରୁପର ରକ୍ତ ପାଇ ପାରି ନ ଥିଲେ ପରେ ସଂକଲ୍ପ ପରିବାର ସଦସ୍ୟ ସୁବ୍ରତ ପଧାନ ଖବର ପାଇ ଭଟଲି ବ୍ଲକ ରାଇଶୋଭ ଗ୍ରାମରୁ ରାତ୍ରି ୧୦ଟାରେ ବରଗଡ଼ ରକ୍ତ ଭଣ୍ଡାରକୁ ଆସି ନିଜର ବହୁମୂଲ୍ୟ ରକ୍ତଦାନ କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଟୁକୁର୍ଲ୍ଲାକୁ ପହଞ୍ଚାଇ ଦେଇଥିଲେ । ସୁବ୍ରତ ଭୋଇଙ୍କ ଏପରି ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁ ତାଙ୍କୁ ସଂକଲ୍ପ ପରିବାରରେ ସଦସ୍ୟ ଭାବରେ ପାଇ ଆମେ ଗର୍ବିତ । ଅନେକ ଲୋକ ବନ୍ଧୁଗଣ ବିଭିନ୍ନ ସମୟରେ ମତ ରଖିଥାନ୍ତି ଯେ, କୌଣସି ରକ୍ତଦାନ ଶିବିରରେ ରକ୍ତଦାନ କରିବା ଅପେକ୍ଷା ସିଧାସଳଖ ଆବଶ୍ୟକୀୟ ସମୟରେ ରୋଗୀଙ୍କୁ ରକ୍ତଦାନ କରିବା ଠିକ୍‌ ଅଟେ । ”ଠିକ କଥା ” ବର୍ତ୍ତମାନ ମୁଁ ସେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଆପଣ ମାନେ ଦୟାକରି ନିଜ ନିଜ ଯୋଗାଯୋଗ ନମ୍ବରକୁ ବରଗଡ଼ ରକ୍ତ ଭଣ୍ଡାରରେ ବା ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଦେଲେ ଆମେ ଆବଶ୍ୟକ ସମୟରେ ଆପଣ ମାନଙ୍କୁ ଯୋଗାଯୋଗ କରି ପାରିବୁ ବୋଲି ବରଗଡ ସଂକଲ୍ପ ପରିବାର ମୁଖ୍ୟ ବିକାଶ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

five × 5 =