jsm

ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଦ୍ୱିତୀୟ ଲହରର ପ୍ରକୋପ କମିବାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ କରୋନାର ତୃତୀୟ ଲହର ଉପରେ ସଚେତନତା କରିବା ପରିପ୍ରେକ୍ଷୀରେ ତୁରେକେଲା ଜୁନିୟର ରେଡକ୍ରସ ତରଫରୁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ କରୋନାର ତୃତୀୟ ଲହର ଉପରେ ଆଲୋକପାତ କରିବା ସହିତ ଭ୍ୟାକ୍‌ସିନ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ତାପରେ ମାସ୍କ ପରିଧାନ, ସାମାଜିକ ଦୂରତା ଓ ହାତ ଧୋଇବା ପୂର୍ବଭଳି ଜାରି ରଖିବାକୁ କୁହାଯାଇଥିଲା ।ତୁରେକେଲା ବ୍ଳକର ଚଟୁଅନକା, ବୁରୋମାଲ, ଗଇନ୍ଦିମାଲ, ବଡବାଙ୍କୀ, ହିଆଁଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିଜୟ ବେହେରା, କୁଳମଣି ସାହୁ, ମମତା ପଣ୍ଡା, ରାଜେନ୍ଦ୍ର ଦୋରା, ରିନି ସାହୁ, ସନ୍ତୋଷ ସୁନା, ଯଶୋବନ୍ତୀ ମାଝୀ, ବାବୁଲାଲ ନାୟକ, ସୁଶାନ୍ତ ମହାପାତ୍ର, ଶଙ୍କର ନାଗ, ସମାଜସେବୀ ଆଶିଷ ଜୈନ ଆଦି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.