jayashree

ଆକସ୍ମିକ ବନ୍ୟା ପରିସ୍ଥିତିର ଅନୁଧ୍ୟାନ ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆକସ୍ମିକ ବନ୍ୟା ପରିସ୍ଥିତିର ଅନୁଧ୍ୟାନ ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ପୋଲସରା ବ୍ଲକ୍‌ର ଉସ୍ତାପଡ଼ା ଓ ବନ୍ଥପଲ୍ଲୀ ଗ୍ରାମ ପରିଦର୍ଶନ କରିଥିଲେ । ବର୍ଷାଜଳ ନିଷ୍କାସନ ପଥରେ ଥିବା ପ୍ରତିବନ୍ଧକ ହଟାଇବା, ଅବଶିଷ୍ଟ ଜଳର ତ୍ୱରିତ ନିଷ୍କାସନ ଓ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏଥିସହ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିବା ସହ ନିଜେ ରନ୍ଧା ଖାଦ୍ୟ ପରିବେଷଣ ଓ ପରିମଳ କିଟ୍ ବଣ୍ଟନ କରିଥିଲେ ।

Leave A Reply

Your email address will not be published.