pakka

ଲାଞ୍ଜିଗଡ଼ ବ୍ଲକ ସମିତିସଭ୍ୟ ସଙ୍ଗଠନର ସଭାପତି ଭାବେ ମନୋନୀତ ହେଲେ ଜଗଦୀଶ ବେନିଆଁ

bbehera

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ସମିତିସଭ୍ୟ ସଙ୍ଗଠନର ସଭାପତି ଭାବେ ମନୋନୀତ ହେଲେ ଜଗଦୀଶ ବେନିଆଁ । ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ଭିଆରଓ ପରିସରରେ ଲାଞ୍ଜିଗଡ ବ୍ଳକ ନବନିର୍ବାଚିତ ସମିତି ସଭ୍ୟ/ସଭ୍ୟାମାନଙ୍କୁ ନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ସମିତିସଭ୍ୟ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ, ସମାଜସେବୀ ହରିଶଙ୍କର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ସମିତିସଭ୍ୟ/ସଭ୍ୟା ନିଜ ନିଜ ପଞ୍ଚାୟତର ମୈାଳିକ ସମସ୍ୟା ଗୁଡ଼ିକ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସ୍ଥାୟୀ ସମାଧାନ ପାଇଁ ମତ ଦେଇଥିଲେ ।

ଏହା ପରେ ସମିତି ସଭ୍ୟ/ସଭ୍ୟା ପ୍ରମୁଖ ନିଜ ସାଂଗଠନିକ ସମ୍ପର୍କରେ ଆଲୋଚନା କରିବା ସହିତ ବ୍ଲକରେ ସମିତି ସଭ୍ୟ/ସଭ୍ୟା ଗଠନ ନେଇ ମତ ରଖିଥିଲେ । ଏହି ବୈଠକରେ ସର୍ବସମ୍ମତିକ୍ରମେ ଲାଞ୍ଜିଗଡ଼ ବ୍ଲକ ସମିତି ସଂଘର ସଭାପତି ଭାବରେ ପାହାଡପଦର ସମିତି ସଭ୍ୟ ଜଗଦୀଶ ବେନିଆଁଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପସଭାପତି ଭାବେ ତ୍ରିଲୋଚନପୁର ପଞ୍ଚାୟତ ସମିତି ସଭ୍ୟା ସୁଦଶା ପଟ୍ଟନାୟକ, ସମ୍ପାଦକ ଭାବେ କାନକୁଟ୍ରୁ ପଞ୍ଚାୟତ ସମିତି ସଭ୍ୟ ମନୋହର ହରପାଲ, ସହ ସମ୍ପାଦକ ଭାବେ ଭଟାଙ୍ଗପଦର ପଞ୍ଚାୟତ ସମିତି ସଭ୍ୟ ରୁପେନ ଛତ୍ରିଆ, କୋଷାଧ୍ୟକ୍ଷ ଭାବେ ବିଶ୍ଵନାଥପୁର ପଞ୍ଚାୟତ ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀଙ୍କୁ ଚୟନ କରାଯାଇଥିଲା । ଏଥିରେ ବ୍ଳକ ଅଞ୍ଚଳରେ ସମସ୍ତ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ।

Leave A Reply

Your email address will not be published.

four × four =