csstore

କେନାଲରେ ଭାସି ଯିବାର ୩୩ ଘଣ୍ଟା ପରେମଧ୍ୟ ନିଖୋଜ ବୃଦ୍ଧଙ୍କ ସନ୍ଧାନ ନାହିଁ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ବୁଡି ଯାଇଥିବା ପ୍ରତାପପୁର ଗ୍ରାମର ୬୫ ବର୍ଷୀୟ ଲଛମନ ରାଉତଙ୍କ ଇତି ମଧ୍ୟରେ ୩୩ ଘଣ୍ଟା ବିତିଯାଇ ଥିଲେ ମଧ୍ୟ ସନ୍ଧାନ ମିଳିପାରି ନଥିବା ଦୁର୍ଭାଗ୍ୟଜନକ ବୋଲି ଆଲୋଚନା ହେଉଛି । ଗତ ଗୁରୁବାର ଦିନ କେନାଲରେ ଭାସି ଯାଇଥିବା ଲଛମନଙ୍କୁ ପରିବାର ଲୋକେ ଖୋଜା ଖୋଜି କରି ନିରାଶ ହୋଇଥିବା ବେଳେ ସାମୟିକ ଭାବରେ କେନାଲ ପାଣିକୁ ମଧ୍ୟ କମେଇ ଦିଆ ଯାଇଥିଲା । ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଅସଫଳ ହୋଇଥିଲେ । ଶୁକ୍ରବାର ପୁଣି ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସନ୍ଧାନ ମିଳି ନଥିବା ସୂଚନା ମିଳିଛି । ନିଖୋଜ ଲଛମନଙ୍କ ସ୍ତ୍ରୀ, ପୁଅ, ଝିଅ କେହି ନଥିବା ବେଳେ ଭାଇ ଶିବ ରାଉତ ପାଖରେ ଆଶ୍ରିତ ହୋଇ ଥିଲେ । ଇତିମଧ୍ୟରେ ୩୩ ଘଣ୍ଟା ବିତିଯାଇ ଥିବାରୁ ପ୍ରଶାସନର ସହାୟତା ଲୋଡିଛନ୍ତି ପରିବାର ଲୋକ ।

jayashree
Leave A Reply

Your email address will not be published.