pakka

ଡରୁଆ ନେତା ବଲାଙ୍ଗିରର ବିକାଶ କରିପାରିବେ ନାହିଁ : ସମରେନ୍ଦ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡରୁଆ ନେତା ବଲାଙ୍ଗିରର ବିକାଶ କରିପାରିବେ ନାହିଁ ବୋଲି କହିଛନ୍ତି ସମରେନ୍ଦ୍ର । ଆଗାମୀ ନିର୍ବାଚନୀ ମଇଦାନରେ ଲୋକେ ଅଂଚଳର ବିକାଶ ପାଇଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ନିଷ୍ପତ୍ତି ନେବା ପୂର୍ବରୁ ପ୍ରାର୍ଥୀମାନଙ୍କ ଅତୀତ ଟିକେ ପରଖିବା ନିତାନ୍ତ ଆବଶ୍ୟକ । ରଣାଙ୍ଗନରେ ମିଛ କହିବାରେ ଅଭିଜ୍ଞ ନେତା ବି ଅଛନ୍ତି । ଯେଉଁମାନେ ନିଜ ଟିକେଟ୍‌ ପାଇଁ ଲଢେଇ କରି ଜାଣିଛନ୍ତି, ଲୋକଙ୍କ ହକ୍ ପାଇଁ ନୁହେଁ । କାରଣ ଏମାନେ ତାଙ୍କ ସରକାର ଓ ସଚିବଙ୍କ ସାମନାରେ ଲୋକଙ୍କ ହକ୍‌ର କଥା କହିବା ପାଇଁ ଭୟ କରନ୍ତି । ଏପରି ଡରୁଆ ନେତା ବଲାଙ୍ଗିରର ବିକାଶ କରିପାରିବେ ନାହିଁ ବୋଲି ଗତକାଲି ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ମାଲପଡା, ବଡବାହାଲ, କୁଲୁତାପଡା ପଂଚାୟତରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ବ୍ଲକ୍‌ କଂଗ୍ରେସ ସଭାପତି ରାମଜୀ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ବିଧାନସଭା ନିର୍ବାଚନୀ ମଣ୍ଡଳିରେ କଂଗ୍ରେସ ଦଳ ହେଟ୍ରିକ କରିବାକୁ ଯାଉଛି, କାରଣ ଲୋକେ ୧୦ ବର୍ଷରେ ନିର୍ବାଚନ ମଣ୍ଡଳିର ପ୍ରତ୍ୟେକ ଗାଁରେ କରାଯାଇଥିବା ବିକାଶମୂଳକ କାମ ଦେଖି ସାରିଲେଣି । ତା’ ସହ ଏହା ବି ଦେଖିଛନ୍ତି ଯେ, ନିଜକୁ ଅଭିଜ୍ଞ ବୋଲାଉଥିବା ନେତା ବଲାଙ୍ଗିରେ ଦୁଇଥର ସାଂସଦ ଥିଲେ ହେଁ ସେ ୧୦ ବର୍ଷରେ ବଲାଙ୍ଗିରକୁ ଗୋଟିଏ ଧୁଳିସଫା ମେସିନ୍‌, କେତୋଟି ବସ୍‌ଷ୍ଟପ୍‌, କେତୋଟି ୱାଟର୍‌ ଏଟିଏମ୍ ପ୍ରଦାନ କରିଥିଲେ । ଯାହାକି ତାଙ୍କର ଦୂରଦର୍ଶିତା ଅଭାବ ଯୋଗୁଁ ସେ ପ୍ରକଳ୍ପ ଗୁଡିକ କେଉଁଠି ଅଛି ଲୋକ ଖୋଜିଲେ ମଧ୍ୟ ପାଉନାହାନ୍ତି ବୋଲି କଡା ସମାଲୋଚନା କରିଛନ୍ତି । ନିର୍ବାଚନ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉଭୟ ବିକାଶ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଓ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ରଙ୍କୁ ହାତ ଚିହ୍ନରେ ଭୋଟ୍‌ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିବା ସହ କଂଗ୍ରେସ ସରକାରକୁ ଆସିଲେ ସମାଜର ପ୍ରତ୍ୟେକ ବର୍ଗର ଲୋକ ଉପକୃତ ହେବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ଏହି ନିର୍ବାଚନୀ ସଭାମାନଙ୍କ ମଧ୍ୟରେ ଅନ୍ୟମାନଙ୍କ ସହ ବ୍ଲକ୍‌ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ପ୍ରଫୁଲ୍ଲ ଦାଶ, ଗଣେଶ୍ୱର ସାହୁ, ଲୋକନାଥ ନାଏକ, ଶଶିଭୂଷଣ ଗଡତ୍ୟା, ପ୍ରଫୁଲ୍ଲ ସାହୁ ଏବଂ ତାରାକାନ୍ତ ରଣା ପ୍ରମୁଖ ମଂଚାସୀନ ଥିଲେ ।

jay balangir
Leave A Reply

Your email address will not be published.

14 − three =