jayashree

ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ, କଳାହାଣ୍ଡି, ଭବାନୀପାଟଣା ପୂର୍ବ ଏବଂ ପଶ୍ଚିମ ଡିଭିଜନ ସମ୍ପାଦକ ନିର୍ବାଚନୀ ସଭା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ପୂର୍ବ ଏବଂ ପଶ୍ଚିମ ଡିଭିଜନର ଡିଭିଜନ ସମ୍ପାଦକ ନିର୍ବାଚନୀ ସଭା ଭବାନୀପାଟଣା ସ୍ଥିତ ମ୍ୟାରେଜ ପେଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂଘର ସ୍ଥାୟୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ସଂଘର ଉପଦେଷ୍ଟା ପଦ୍ମନାଭ ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ, ସଂଘ କୋଷାଧକ୍ଷ ସଂଜୀବ ପ୍ରସାଦ ବେହେରା, ଉପସଭାପତି ପରମେଶ୍ୱର ବେହେରା, ଯୁଗ୍ମ ସମ୍ପାଦକ ଦୁର୍ଗା ମାଧବ ପଣ୍ଡା, ସଂଗଠନ ସମ୍ପାଦକ ଭବାନୀଶଙ୍କର ସାହୁ, ସର୍କଲ ସମ୍ପାଦକ ନିଗମାନନ୍ଦ ଦାସ, କେନ୍ଦ୍ର କାର୍ଯ୍ୟକାରୀ ସଭା ସଦସ୍ୟ ଅଖିଳ କୁମାର ପାଣିଗ୍ରାହୀ, ଡିଭିଜନ ସମ୍ପାଦକ ଅଜୟ କୁମାର ସିଂ, ମଣ୍ଟୁ ରଣା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସଭାରେ କଳାହାଣ୍ଡିର ୨ ଟି ଡିଭିଜନରୁ ଶତାଧିକ ବିଦ୍ୟୁତ ଶ୍ରମିକ କର୍ମଚାରୀ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଯେଉଁ ଶ୍ରମିକମାନେ ମୃତ୍ୟୁ ବରଣ କରିଛନ୍ତି, ଏବଂ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଉକ୍ତ ସଭାରେ ଉପସ୍ଥିତ ଶ୍ରମିକମାନେ ନିଜ ନିଜ ସମସ୍ୟାକୁ ଉପସ୍ଥାପନା କରିଥିଲେ । ଠିକା କର୍ମଚାରୀ ମାନଙ୍କୁ କର୍ମକ୍ଷେତ୍ରରେ କରାଯାଉଥିବା ଶୋଷଣକୁ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ଯଦି ଶ୍ରମିକଙ୍କୁ ନ୍ୟାୟ ନ ମିଳେ ତା’ହେଲେ ସଂଘ ଆନ୍ଦୋଳନ କରିବାକୁ ସଭାରେ ନିଷ୍ପତି ନିଆଗଲା । ତତ ସଙ୍ଗେ ସଙ୍ଗେ କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ବରଣ କରିଥିବକ୍ଷ କର୍ମଚାରୀଙ୍କ ପରିବାରରୁ ଜଣକୁ ସ୍ଥାୟୀ ନିଯୁକ୍ତି ଦେବା, କେଡବ୍ଳୁଇଡିରେ କାର୍ଯ୍ୟରତ ସବଷ୍ଟେସନ କର୍ମଚାରୀଙ୍କ ପୈଠ ହୋଇନଥିବା ଇପିଏଫ ଟଙ୍କା ଅତିଶୀଘ୍ର ଟିପିଡବ୍ଳୁଓଡିଏଲ୍‌ କତୃପକ୍ଷ ପୈଠକରିବେ ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା, ରେଗୁଲାର କର୍ମଚାରୀଙ୍କ ଦୀର୍ଘ ଦିନରୁ ପଡିରହିଥିବା ଆନାମଲି, ରିଷ୍ଟ୍ରକଚରିଙ୍ଗ କେମିତି ସଂଘ ମାଧ୍ୟମରେ କରାଯିବ ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସଂଘର ୬୩ ତମ ବାର୍ଷିକ ଅଧିବେଶନ ଚଳିତ ମାସ ୨୦. ୨୧. ୨୨ ତିନି ଦିନ ଧରି ରାୟଗଡା ଠାରେ ଅନୁଷ୍ଠିତ ହେଉଥିବାରୁ, କଳାହାଣ୍ଡିରୁ ବହୁ ସଂଖ୍ୟାରେ ସଭ୍ୟ ଯୋଗଦାନ କରିବାକୁ ସଭାରେ ନିଷ୍ପତ୍ତି ନିଆଗଲା । ଚଳିତ ବର୍ଷ ୨୦୨୬ ପାଇଁ କଳାହାଣ୍ଡି ପୂର୍ବ ଡିଭିଜନରୁ ମନୋଜ କୁମାର ମିଶ୍ର, ପଶ୍ଚିମ ଡିଭିଜନରୁ ଅଜୟ କୁମାର ସିଂହ ସର୍ବ ସହମତିରେ ମନୋନୀତ ହୋଇଛନ୍ତି । ଯୁଗ୍ମ ଡିଭିଜନ ସମ୍ପାଦକ ରୂପେ ମଣ୍ଟୁ ରଣା ଏବଂ ସିଦ୍ଧକ୍ଷର୍ଥ କୁମାର ମହାପାତ୍ର ମନୋନୀତ ହୋଇଛନ୍ତି । ଆଜିକାର ସଭା ରେ ଶ୍ରୀପତି ବେହେରା, ଶ୍ରୀକାନ୍ତ ବେହେରା ଦୁର୍ଯ୍ୟୋଧନ ନାଏକ, ମନୋଜ କୁମାର ସାହୁ, ନରେନ୍ଦ୍ର ବାଡା, ସୌମ୍ୟ ରଞ୍ଜନ ବେହେରା, ବିଶ୍ୱଜିତ ମହଲା, ମନୋଜ ସେଠି, ପ୍ରଭାସ ପଣ୍ଡା, ସୁଶାନ୍ତ କୁମାର ସାହୁ, ମୁରଲୀ ଧର ଭୋଇ, ତିଲକ ପ୍ରସାଦ ସାହୁ, ଅଖିଳ କୁମାର ସାହୁ, ଉପେନ୍ଦ୍ର ପଟ୍ଟନାୟକ, ଅଭିମନ୍ୟୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଦୁର୍ଗାମାଧବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!