pakka

ପ୍ରଜ୍ଞା ପ୍ରବାହର ବୁଦ୍ଧିଜୀବୀ ସମ୍ମିଳନୀ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପ୍ରଜ୍ଞା ପ୍ରବାହର ବୁଦ୍ଧିଜୀବୀ ସମ୍ମିଳନୀ ରାଉରକେଲା କ୍ଲବ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଲୋଚ୍ୟ ବିଷୟ ବୈଶ୍ୱିକ ପରିଦୂର୍ଶ୍ୟରେ ଭାରତ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମର ସହ ସଂଯୋଜକ କ୍ରିଷ୍ଣକାନ୍ତ ଜୟସ୍ୱାଲଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସନାତନ ପ୍ରଧାନ ମୁଖ୍ୟଅତିଥି, ଭାରତ ବିଜ୍ଞାନର ଉତ୍କର୍ଷ ବକ୍ତା ଏନ୍ଆଇଟିର ପ୍ରଫେସର୍‌ ପ୍ରକାଶନାଥ ବିଶ୍ଵକର୍ମା ମୁଖ୍ୟବକ୍ତା ଓ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଆର୍ଥିକ ଶକ୍ତି ବକ୍ତା ଆର୍‌ଏସ୍‌ପିର ପ୍ରାକ୍ତନ ଅଧିକାରୀ ଉପେନ୍ଦ୍ରନାଥ ଦାଶ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଡ଼. ପ୍ରଧାନ ତାଙ୍କ ବକ୍ତବ୍ୟରେ ପ୍ରଜ୍ଞା ପ୍ରବାହର ମୂଳଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ସାମ୍ପ୍ରତିକ ସମୟରେ ଭାରତର ବୈଶ୍ୱିକ ଉପସ୍ଥିତି ଏବଂ ତାର ବିଶ୍ୱ ପ୍ରତି କର୍ତ୍ତବ୍ୟବୋଧକୁ ସୂଚିତ କରିଥିଲେ । ମୁଖ୍ୟ ବକ୍ତା ପ୍ରଫେସର୍‌ ବିଶ୍ଵକର୍ମା ତାଙ୍କ ବକ୍ତବ୍ୟରେ ବିଜ୍ଞାନକୁ ଭାରତର ଅବଦାନ, ତା’ର ଇତିହାସ ସମ୍ବନ୍ଧରେ ସି. ଭି. ରମଣଙ୍କଠାରୁ ଆରମ୍ଭ କରି ବିଜ୍ଞାନର କ୍ରମବିକାଶ, ଗବେଷଣା ପ୍ରତିଷ୍ଠାନ କ୍ରମବିକାଶରେ ଆଦିତ୍ୟ ଏଲ୍‌ଆଇ ପର୍ଯ୍ୟନ୍ତ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ବକ୍ତା ଶ୍ରୀ ଦାଶ ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଓ ସ୍ଵରୁପ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସେକ୍ଟର ୬ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ଗୁରୁ ଶ୍ୟାମସୁନ୍ଦର ସେଠୀ ବନ୍ଦେ ମାତରଂ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ବେଳେ ରାଉରକେଲା ସଂଘ ଚାଳକ ପ୍ରଭାତ କୁମାର ସାହୁ ଆଶ୍ରିବଚନ ଓ ଶେଷରେ ହେମନ୍ତ ସାମଲ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ମଧ୍ୟରେ ଡ଼. ସୁବ୍ରତ ମାଇତି, ପ୍ରଫେସର୍‌ ହୃଷିକେଶ ନାଏକ, ବିବେକାନନ୍ଦ ସାହୁ, ଶେଷଦେବ ସେଠୀ, କରୁଣାକର ପାଟ୍ଟଶାଣୀ, ମହାଶ୍ୱେତା ସାହୁ, ଡ. ସୁଷମା ମୋଦି, ଡ. ସୁମନ ଦତ୍ତ, ପ୍ରଭାତ ବଳ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

ten − 5 =