pakka

ରୋହିତ ଯୋଶେଫ ତିର୍କିଙ୍କ ସାମ୍ବାଦିକ ସମ୍ମିଳନୀ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ବିଜେଡିର ରୋହିତ ଯୋଶେଫ ତିର୍କିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ତିର୍କୀ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ମୋର ବିଜେଡ଼ିରେ ଯୋଗଦାନ ନେଇ ମୋ ନିର୍ବାଚନ ମଣ୍ଡଳୀରେ ଯେଉଁ ଅସନ୍ତୋଷ ଦେଖାଦେଇଛି, ତାହା ଏତେ ଗୁରୁତର ନୁହେଁ । ସେ ସବୁ ଶୀଘ୍ର ସମାଧାନ ହେବ । ସେହିପରି ବିଗତ ଦିନରେ ମୋ ବାପା ଜର୍ଜ ତିର୍କି ଏହି ନିର୍ବାଚନ ମଣ୍ଡଳୀରେ ୩ଥର ବିଧାୟକ ହୋଇସାରି ଥିବାରୁ ତାଙ୍କର ଜନସମ୍ପର୍କ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟକ୍ରମ ମୋତେ ବିଜୟ ଦେବାରେ ସହାୟକ ହେବ । ଏଥର ମୁଁ ଏକ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ନବୀନ ବାବୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଜର୍ଜ ତିର୍କି ସ୍ୱାଗତ ଭାଷଣ ଦେବା ସହ ପୁଅ ରୋହିତକୁ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ପ୍ରତାପପୁର ସରପଞ୍ଚ ଆଗଥା ତନ୍ତୀ, କାଦୋବାହାଲ ସରପଞ୍ଚ ଲୁସିଆ ମମତା କିଣ୍ଡୋ, ଜିଲ୍ଲା ମହିଳା ସମ୍ପାଦିକା ମୀନାକ୍ଷି ବାରିକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

17 − fifteen =