csstore

ସାଗୁନଭାଡ଼ିରେ କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡପଦର ପଞ୍ଚାୟତ ସାଗୁନଭାଡ଼ି ଠାରେ ଆଜି କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀରେ ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ କମିଟିର ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନୀୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର ପ୍ରମୁଖଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟାମାନେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ନୂତନ କର୍ମୀମାନଙ୍କୁ କଂଗ୍ରେସ ପାର୍ଟିର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୁଣ୍ଡାବୁଟୁଲା, ଚୁଲିଫୁଙ୍କା, କଁସିଲ ଓ ମୁଣ୍ଡପଦର ଗ୍ରାମ ପଞ୍ଚାୟତ ଅଞ୍ଚଳର ଶତାଧିକ ବିଜେଡି, ବିଜେପି ପାର୍ଟିର କର୍ମୀମାନେ ଆଜି କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ଏଥିରେ ବହୁ ମହିଳା ଓ ପୁରୁଷ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ କଂଗ୍ରେସର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କୁ ବହୁ ଭୋଟ୍‌ରେ ବିଜୟୀ କରିବା ପାଇଁ ଅତିଥିମାନେ ଆହ୍ଵାନ ଦେଇଥିଲେ ।

jayashree
Leave A Reply

Your email address will not be published.