pakka

ଦୁଃଖ ପରେ ଦୁଃଖ ପରିବାରରେ ପିଛା ଛାଡ଼ୁନି : ମାଁ ଓ ପୁଅକୁ ଟ୍ୟୁମର୍‌ – ଅର୍ଥାଭାବ ସାଜିଛି ଚିକିତ୍ସାରେ ବାଧକ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଅର୍ଥାଭାବ ସାଜିଛି ଚିକିତ୍ସାରେ ବାଧକ । ଧାରକରଜ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ରୋଗ ଭଲ ନହେବାରୁ ଆହୁରି ଅଧିକ ଚିକିତ୍ସାର ଆବଶ୍ୟକ ଥିବା ବେଳେ ଅର୍ଥାଭାବ ଯୋଗୁଁ ପୁଅର ଚିକିତ୍ସା କରି ନପାରି ଚିନ୍ତିତ ବୃଦ୍ଧ ବାପା । ସେପଟେ ମାଆଙ୍କୁ ମଧ୍ୟ ପେଟରେ ଟ୍ୟୁମର ହୋଇଥିବା ଯୋଗୁଁ ଏବେ ଦୁଃଖରେ ପଡିଯାଇଛନ୍ତି ପୁରା ପରିବାର । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଁସିଲ ପଞ୍ଚାୟତ ଧୁଣ୍ଡିମହୁଲ ଗ୍ରାମର ଚମ୍ପେଶ୍ୱର ସାହୁ । ତାଙ୍କର ଦୁଇ ପୁଅ । ସେମାନଙ୍କୁ ଅନେକ ବର୍ଷ ହେଲା ବିବାହ କରାଇ ଦେଇଛନ୍ତି । ଘରେ ପତ୍ନୀ କୁଲବତୀ ସାହୁ ଶ୍ୱାସ ରୋଗରେ ଆକ୍ରାନ୍ତ ଥିବା ବେଳେ ପେଟରେ ବଢୁଛି ଟ୍ୟୁମର । ସ୍ତ୍ରୀର ଚିକିତ୍ସାରେ ଘାଣ୍ଟି ହେଥିବା ବେଳେ ସାନ ପୁଅ କୈଳାସ ସାହୁ(୩୨) ଏବେ ରୋଗରେ ଆକ୍ରାନ୍ତ ହୋଇ ୬ ମାସ ହେବ ଶଯ୍ୟାଶାୟୀ । ରୋଜଗାର କ୍ଷମ ପୁଅର ଚିକିତ୍ସା ପାଇଁ ଧାର କରଜ କରି ୫/୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଲେ ଏବେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ୨୦୧୯ରେ କୈଳାସ ବିବାହ କରିଥିଲେ । ୬ ମାସ ହେବ ଶଯ୍ୟାଶାୟୀ ବାପାର ସ୍ନେହରୁ ବଞ୍ଚିତ ୩ ବର୍ଷର କୁନି ଝିଅ । ମୁଣ୍ଡବ୍ୟଥା ଯୋଗୁଁ ବାନ୍ତି ସହ ମୁର୍ଚ୍ଛା ହୋଇଯିବା ପରେ ଚିକିତ୍ସାରୁ ଜଣାପଡିଲା ମୁଣ୍ଡରେ ବଢୁଛି ଟ୍ୟୁମର । ରାୟଗଡା, ବିଶମକଟକ, ରାୟପୁର, କଟକରେ ଚିକିତ୍ସିତ ହେବା ପରେ ମଧ୍ୟ ଏବେ ଘରେ ଶଯ୍ୟାଶାୟୀ । ସ୍ତ୍ରୀ ସ୍ୱାମୀଙ୍କ ଏଭଳି ଅବସ୍ଥାରେ ଛାଡି ମାଁ ଘରକୁ ପଳାଇଛି । ରାୟପୁରରେ ଅପରେସନ୍‌ କରାଯିବା ପରେ ପୁଣି ବେଙ୍ଗଲୋର୍‌ର ଏକ ଡାକ୍ତରଖାନାରେ ମୁଣ୍ଡର ଟ୍ୟୁମର ବାହାର କରାଯାଇଥିଲା । ମୁଣ୍ଡରେ ବଢୁଥିବା ଅନ୍ୟ ଏକ ଟ୍ୟୁମର ବାହାର କରିବା ପୂର୍ବରୁ କଟକ ହରିହର ଆଚାର୍ଯ୍ୟ କେନ୍‌ସର୍‌ ହସପିଟାଲ୍‌ରେ ଗତ ୩ ମାସ ଧରି ଚିକିତ୍ସିତ ହେଲେ । ଏକ ମାସ ପରେ ପୁଣି ଥରେ ଚିକିତ୍ସା ପାଇଁ ଆଣିବାକୁ ପରାମର୍ଶ ଦେଲେ । ଗତ ୮ ମାସ ଧରି ପୁଅର ଚିକିତ୍ସାରେ ଧାରକରଜ କରି ୫/୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅର୍ଥାଭାବ ଯୋଗୁଁ ଏବେ ପୁଅକୁ କଟକ ଡାକ୍ତରାଖାନା ନେବା ପାଇଁ ମଧ୍ୟ ସକ୍ଷମ ନଥିବା ପରିବାର ଲୋକେ କହିଛନ୍ତି । ବଡ ଭାଇ ପରିବାର ପ୍ରତିପୋଷଣ ଉଦ୍ଦେଶ୍ୟରେ ମୁମ୍ବାଇ ମଜୁରୀ କାମ କରିବାକୁ ଯାଉଥିବା ବେଳେ ସାନ ଭାଇ ରୋଗାଗ୍ରସ୍ତ ହେବା ଦିନଠାରୁ ତାଙ୍କର ମଧ୍ୟ ରୋଜଗାର ବନ୍ଦ ହୋଇଯାଇଛି । ଏପରି ସ୍ଥିତିରେ ପରିବାର ଲୋକେ ଦୁଃଖରେ ଘାଣ୍ଟି ହେଉଛନ୍ତି । ଶଯ୍ୟାଶାୟୀ ଥିବା ବେଳେ କଥା ମଧ୍ୟ କହିପାରୁନାହାନ୍ତି । ଛିଡା ହୋଇ ପାରୁନଥିବାରୁ ବହୁ କଷ୍ଟରେ ନିତ୍ୟ କର୍ମ କରାଉଛନ୍ତି । ବ୍ଲକ ପ୍ରଶାସନଠାରେ ଏକ ହ୍ୱିଲ ଚେୟାର ପାଇଁ ଗୁହାରୀ ପରେ ମଧ୍ୟ ମିଲିନଥିଲା । ରୋଗିଣା ପୁଅର ସେବା ଯତ୍ନ ବହୁ କଷ୍ଟରେ କରୁଥିବା ବେଳେ ଚିକିତ୍ସା ପାଇଁ ଅର୍ଥାଭାବ ଚିନ୍ତାରେ ବାପା ମାଆ । ଟଙ୍କା ହେଲେ ପୁଅକୁ ପୁଣି ଥରେ କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବେ । ସୁସ୍ଥ ସବଳ, ରୋଜଗାରକ୍ଷମ ପୁଅର ରୋଗାକ୍ରାନ୍ତରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ହେଲେ ଏହି କୈଳାସଙ୍କୁ କେବେ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବେ ତାହାକୁ ଅପେକ୍ଷା। ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । କୈଳାସର ଚିକିତ୍ସା ପାଇଁ ବଦାନ୍ୟ ବ୍ୟକ୍ତି ହାତ ବଢେଇବାକୁ ଚାହୁଁଥିଲେ । ଆପଣ ମଧ୍ୟ ସହଯୋଗ କରିପାରିବେ । ଚମ୍ପେଶ୍ୱର ସାହୁଙ୍କ ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟସ ବ୍ୟାଙ୍କ ଆକାଉଣ୍ଟ ନଂ-୦୩୮୭୧୦୦୮୦୧୧୫ରେ ଆର୍ଥିକ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

4 × four =