ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀ

  • ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉତ୍ସବ ଆୟୋଜନର ମୂଳଲକ୍ଷ୍ୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଡିଆରଡିଏ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର ଯୋଗ ଦେଇ ଉଦ୍ୟୋଗୀ ସପ୍ତାହ-୨୦୨୩ ପାଳନର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ମାର୍ଚ୍ଚ ୫ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରୟାଲ ପଡିଆରେ ଉଦ୍ୟୋଗୀ ସପ୍ତାହ ପାଳନ କରାଯିବ । ଏହି ଅବସରରେ ଏକ ଶିଳ୍ପ ପ୍ରଦର୍ଶନୀର ଆୟୋଜନ କରାଯିବ । ଏଥିରେ ୪୫ଟି ଷ୍ଟଲରେ ଜିଲ୍ଲାର ବିଭିନ୍ନ ଉଦ୍ୟୋଗୀ / ସ୍ଵୟଂ ସହାୟକ ଗୋଷ୍ଠୀ ଭାଗ ନେଇ ତାଙ୍କ ଦ୍ରବ୍ୟର ବିକ୍ରି କରିପାରିବେ । ଉକ୍ତ ସପ୍ତାହ ପାଳନ ଅବସରରେ ବିଭିନ୍ନ ଦିବସରେ ଉଦ୍ୟୋଗୀମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯିବା ସହ ତାର ବଜାରୀକରଣ ଓ ବ୍ୟାଙ୍କରୁ କିଭଳି ଆର୍ଥିକ ସହଯୋଗ ପାଇବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ । ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟୋଗୀକତାକୁ ଆକର୍ଷିତ କରିବା ପାଇଁ ବକ୍ତୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଆୟୋଜନ ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ସହ ଆଗାମୀ ଦିନରେ ଜିଲ୍ଲାରେ ଉଦ୍ୟୋଗ ପ୍ରତି ଅନ୍ୟମାନେ ମଧ୍ୟ ଆକୃଷ୍ଟ ହେବ । ସହ ଆର୍ଥିକ ମାନଦଣ୍ଡରେ ସୁଦୃଢତା ଆସିପାରିବ । ଉକ୍ତ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ହସ୍ତ ଶିଳ୍ପ ବିକାଶ ଅଧିକାରୀ ଦେବାଶିଷ ମିଶ୍ର, ଶିଳ୍ପ କେନ୍ଦ୍ରର ସୁରେଶ ସାହୁ, ଜଗନ୍ନାଥ ଧରୁଆ, ସୁଶୀଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

8 − 4 =