pakka

ବେଦୀକୁ ଯିବା ପୂର୍ବରୁ ଉଠିଲା କୋକେଇ : କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଉ ମାତ୍ର ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି । ଆସନ୍ତା ୯ରେ ବିବାହ ପାଇଁ ନିମନ୍ତ୍ରଣ ବଣ୍ଟା ସରିଥିଲା । ବନ୍ଧୁ ବାନ୍ଧବଙ୍କୁ ଗୁଆ ଏବଂ ଡକାଡ଼କି ମଧ୍ୟ ସରିଛି । ବ୍ରହ୍ମପୁରରୁ ମାଉସୀ ଘରକୁ ନିମନ୍ତ୍ରଣ ଦେଇ ଲୁଗାପଟା କିଣାକିଣି କରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ଜୀବନ । ବାଟରେ ଅପେକ୍ଷା କରିଥିଲା ମୃତ୍ୟୁ । ବାହାବେଦୀକୁ ଯିବା ବଦଳରେ ଉଠିଲା କୋକେଇ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ଗ୍ରାମରେ । ମିଳିଥିବା ସୂଚନା ଅନୁଯାଇ ବିବାହ କାର୍ଯ୍ୟ ପାଇଁ ସେହି ଗ୍ରାମର କେ. ମୁନା ଓ ତାଙ୍କ ମାଆ କେ. ବଇରୀ ମାଉସୀ ଘରକୁ ଡାକିବା ସହ ଲୁଗାପଟା କିଣି ଗାଁକୁ ଫେରୁଥିଲେ । ଜଗନ୍ନାଥପୁର ନିକଟରେ ଏକ ଟ୍ରକ ମୁନାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମୁନାଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ମୃତଦେହ ଗ୍ରାମରେ ପହଂଚିବା ପରେ କାନ୍ଦବୋବାଳୀରେ ଗାଁ ଦାଣ୍ଡ ଫାଟି ପଡିଥିଲା ।

Leave A Reply

Your email address will not be published.

19 − seventeen =