pakka

ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ

l2
  • ଜିଲ୍ଲାରେ ‘ଶୂନ୍ୟ ମୃତ୍ୟୁ’ ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର : ଅଦ୍ୟ ଅପରାହ୍ନ ୩.୦୦ ଘଣ୍ଟିକା ସମୟରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ଜନିତ ବିଭିନ୍ନ ସମସ୍ୟାର ସଫଳ ମୁକାବିଲା ନିମନ୍ତେ ଆଲୋଚନା କରାଯାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ, ପଶୁଧନ, ପାନୀୟ ଜଳ, ଶ୍ରମ, ପରିବହନ ଏବଂ ଶିକ୍ଷା ଆଦି ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କର ପ୍ରସ୍ତୁତି ବିଷୟରେ ଆଲୋଚନା ହେବା ପରେ ଗ୍ରୀଷ୍ମ ପ୍ରବାହର ସଫଳ ପରିଚାଳନା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ମୁଖ୍ୟତଃ ଜଳ କ୍ଳିଷ୍ଟ ଅଞ୍ଚଳଗୁଡିକୁ ଚିହ୍ନଟ କରି ପାନୀୟ ଜଳର ସୁବନ୍ଦୋବସ୍ତ କରିବା, ସ୍ୱାସ୍ଥ୍ୟକେନ୍ଦ୍ର ତଥା ପାନୀୟ ଜଳ ଯୋଗାଣ କେନ୍ଦ୍ରଗୁଡିକୁ ନିରବଚ୍ଛିନ୍ନ ବିଦ୍ୟୁତ ସରୋବରାହ ଚାଲୁ ରଖିବା ଏବଂ ‘ଶୂନ୍ୟ ମୃତ୍ୟୁ’ ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ, ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର, ଶ୍ରୀମତୀ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ନିର୍ବାହୀ ଅଧିକାରୀ,(ସହରାଞ୍ଚଳ), ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆନନ୍ଦ କୁମାର ପଣ୍ଡା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ଵନାଥ ନାୟକ, କନିଷ୍ଠ ରାଜସ୍ଵ ସହାୟକ ଆଲୋକ କୁମାର ଦାଶ ଓ ଡିଇଓ ରିତେଶ କୁମାର ହୋତା ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ।

pp
Leave A Reply

Your email address will not be published.

eighteen + six =