jayashree

ଘୁନସରରେ କୁମ୍ଭକାର ସମାଜର ବାର୍ଷିକ ସମ୍ମିଳନୀ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଧନଞ୍ଜୟ ରଣା ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ସମାଜର ଉନ୍ନତି କାମନା କରି କୁମ୍ଭାରପାତ୍ରର ମହତ୍ୱ ତାଙ୍କ ବିବାହରେ ଚକରକୁ ନେଇ ଗୁରୁତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ଅକ୍ଷୟ ରଣା, ସମିତି ସଭ୍ୟ ଉମାକାନ୍ତ ରଣା ପ୍ରମୁଖ ଯୋଗଦେଇଥିବା ବେଳେ କିମିଟିର ସଂପାଦକ ନିଧି ରଣା ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ରିଙ୍କୁ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଉପସଭାପତି ଶେଷଦେବ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.