jsm

ସାମ୍ବାଦିକ ପୱନ ଅଗ୍ରୱାଲ କୋଟା ଠାରେ ସମ୍ମାନିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ମିଡିଆ ପ୍ରଭାରୀ ତଥା ବଲାଙ୍ଗିରର ସାମ୍ବାଦିକ ପୱନ ଅଗ୍ରୱାଲଙ୍କୁ ରାଜସ୍ଥାନର ଶିକ୍ଷା ସହର କୋଟାର ଏୟାରଡ୍ରମ୍ ନିକଟସ୍ଥ ଅଗ୍ରୱାଲ ସେବା ସଂସ୍ଥା ଠାରେ ସମ୍ମାନିତ କରାଯାଇଛି । ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଏହି ଅଧିବେଶନରେ ସମ୍ମାନିତ ଅତିଥି ଭାବେ ରାଜେଶ ବିର୍ଲା, ରାଷ୍ଟ୍ରୀୟ ଅଧ୍ୟକ୍ଷ ସତୀଶ ଅଗ୍ରୱାଲ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରମେଶ ଜୈନ, ନେପାଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଳକାନ୍ତ ଅଗ୍ରୱାଲ, ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ଉପସ୍ଥିତିରେ ସାମ୍ବାଦିକ ପୱନ ଅଗ୍ରୱାଲଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ । ସାମାଜିକ କାର୍ଯ୍ୟ ଏବଂ ପ୍ରଚାର, ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିବା ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.