ଲଣ୍ଡାପଦର ପଞ୍ଚାୟତ ସମିତି ସଭ୍ୟାଙ୍କ ସହିତ ଝିକେରମାଲ ଗ୍ରାମର ୨୦ରୁ ଅଧିକ ମହିଳା ବିଜେଡିରେ ମିଶିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଣ୍ଡାପଦର ପଞ୍ଚାୟତ ସମିତି ସଭ୍ୟା ଆସାମି ଛତ୍ରିଆଙ୍କ ସହିତ ଝିକେର୍‌ମାଲ ଗ୍ରାମର ୨୦ରୁ ଅଧିକ ମହିଳା ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ଆକାଶ ସାଗର ଓ ଈଶ୍ୱର ନନ୍ଦଙ୍କ ନେତୃତ୍ଵରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱ ଓ ବଲାଙ୍ଗିରର ବିକାଶ କାର୍ଯ୍ୟକୁ ଦେଖି ସମସ୍ତେ ବିଜେଡ଼ିରେ ମିଶିଥିବା ସେମାନେ କହିଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡ଼ିରେ ସାମିଲ୍‌ ହୋଇଥିବା ମତ ରଖିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ବିଜେଡି ନେତା ପାଣ୍ଡବ କୁମ୍ଭାର ସମସ୍ତ ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ।

Leave A Reply

Your email address will not be published.

4 + twelve =