ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ

ନୂଆଦିଲ୍ଲୀ : ନୌସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ ଦିନେଶ କୁମାର ତ୍ରିପାଠୀ । ପୂର୍ବରୁ ସେ ନୌସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ନୌସେନାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆର୍‌.ହରି କୁମାର ଅବସର ନେବା ପରେ କେନ୍ଦ୍ର ସରକାର ଆଡମିରାଲ ଦିନେଶ କୁମାରଙ୍କୁ ନୌସେନା ମୁଖ୍ୟ ବାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ନୌସେନା କ୍ଷେତ୍ରରେ ତାଙ୍କର ୪୦ ବର୍ଷର ଅଭିଜ୍ଞତା ରହିଛି । ୧୯୮୫ ଜୁଲାଇ ୧ରେ ସେ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ । ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍ ଅଫିସର କମାଣ୍ଡିଂ ସହିତ ବିଭିନ୍ନ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିଥିଲେ । ଆଜି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି । ୨୦୧୯ରେ ତାଙ୍କର ଭାଇସ୍ ଆଡ୍‌ମିରାଲ ପଦକୁ ପଦୋନ୍ନତି ହୋଇଥିଲା ।

Leave A Reply

Your email address will not be published.

nineteen − two =