pakka

ଗାଁ ମାଟିର ସନ୍ତାନକୁ ଆଶୀର୍ବାଦ୍‌ କରିବାପାଇଁ ଅନୁରୋଧ କଲେ – ପ୍ରଦୀପ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ବିଜେପିର ଏକ ଆଶୀର୍ବାଦ୍‌ ସଭା ସୋମବାର ଅନୁଷ୍ଠିତ ହୋଇଥିଲା । ଏହାକୁ ସରୋଜ ସାମଲ ସଂଯୋଜନା କରିଥିଲେ । ଏହି ସଭାରେ ପାଇକମାଳ ନାଗରିକ କମିଟି, ବ୍ୟବସାୟୀ ସଂଘ ଓ ଅନ୍ୟାନ୍ୟ ସଂଘ ସହିତ ଗ୍ରାମର ଭାଇଭଉଣୀମାନେ ଉପସ୍ଥିତ ହୋଇଥିଲେ । ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଗାଁ ମାଟି ଓ ବରଗଡ଼ ପାଇଁ ସରକାରଙ୍କ ଉନ୍ନୟନ କାର୍ଯ୍ୟ କରିବାପାଇଁ ସମ୍ପର୍ପିତ ବୋଲି କହିଥିଲେ । ପାଇକମାଳ ବାସିନ୍ଦା ତଥା ସାଂସଦ ପ୍ରାର୍ଥୀ ଭାବରେ ପ୍ରଦୀପ ପୁରୋହିତଙ୍କୁ ବିଜେପି ଦଳ ମନୋନୀତ କରିଥିବାରୁ ସେ ଗାଁ ମାଟି ହିସାବରେ ସମସ୍ତଙ୍କୁ ଆଶୀର୍ବାଦ୍‌ ଭିକ୍ଷା କରିଥିଲେ । ସଭାରେ ପାଇକମାଲ ମହିଳା ଓ ପୁରୁଷ ତଥା ଭଦ୍ରବ୍ୟକ୍ତିମାନେ ହୁଳହୁଳି, ହରିବୋଲ ଦେବା ସହ ଭୋଟ୍‌ ଦେଇ ଜୟଯୁକ୍ତ କରିବା ପାଇଁ ଆଶୀର୍ବାଦ୍‌ କରିଥିଲେ ।

jay balangir
Leave A Reply

Your email address will not be published.

five × three =

error: Content is protected !!