pakka

ପାହାଡଶ୍ରୀଗିଡା ଏଲ୍‌ଡି ନୋଡାଲ ୟୁପି ସ୍କୁଲରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ପାହାଡଶ୍ରୀଗିଡା ଏଲ୍‌ଡି ନୋଡାଲ ୟୁପି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରସନ୍ନ ସରାଫଙ୍କ ସଭାପତିତ୍ଵରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ପାହାଡ଼ଶ୍ରିଗିଡାର ସିଆର୍‌ସିସି ଜୟଦେବ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ସାହୁ, ବରିଷ୍ଠ ଶିକ୍ଷକ ଦୟାନିଧି ସାହୁ, ସହକାରୀ ଶିକ୍ଷୟିତ୍ରୀ ପ୍ରଭାତୀ ପ୍ରଧାନ, ଶିକ୍ଷକ ସୁଶୀଲ କୁମାର ସେଠ୍, ଦେବାନନ୍ଦ ସାହୁ , ରାଜକିଶୋର ବରିହା ଶିକ୍ଷୟତ୍ରୀ ଗୀତାଞ୍ଜଳୀ ରାଏ ଓ ପୁଷ୍ପାଞ୍ଜଳି ବିଶ୍ଵାଳ ଉପସ୍ଥିତ ଥିଲେ । ବିଦୟୀ ଶିକ୍ଷକ ଚିନ୍ତାମଣି ପଟେଲ ଅତାବିରା ବ୍ଲକର ଟାଙ୍ଗରଗୁଡ଼ିଆ, ରାଏ ପଡ଼ା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକରି ଶେଷରେ ଗତ ନଭେମ୍ବରରୁ ସେ ପାହାଡ଼ ଶ୍ରିଗିଡା ଏଲ୍‌ଡି ନୋଡାଲ ୟୁପି ସ୍କୁଲରେ ଯୋଗଦାନ କରି ଏପ୍ରିଲ ଶେଷରେ କାଯ୍ୟ୍ୟରୁ ଅବସର ନେଲେ । ସେ ଜଣେ ଛାତ୍ର ବତ୍ସଲ ଓ ବନ୍ଦୁ ମେଲାପି ଥିଲେ । ସେ ଜଣେ ସମୟାନୁବର୍ତ୍ତିତା ଓ ସହଯୋଗୀ ଥିଲେ । ସଭା ଶେଷରେ ବରିଷ୍ଠ ଶିକ୍ଷକ ଦୟାନିଧି ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟରୁ ତାଙ୍କ ଘରକୁ ପାଛୋଟି ନେଇଥିଲେ ।

jay balangir
Leave A Reply

Your email address will not be published.

15 + twenty =