ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ-୨୦୨୧

ମ.ରାମପୁର, (ହେମନ୍ତ ସାହୁ) : ଯୋଡ଼ାବନ୍ଧ ଗ୍ରାମର ଦେଶରାଜ ଗଡ଼ତିଆ ମ.ରାମପୁର ବ୍ଲକ ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଞ୍ଚାୟତର ବିମଳା ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୫ବର୍ଷ ଶିକ୍ଷକ ଚାକିରି ସୂଚାରୁ ଭାବେ କାର୍ଯ୍ୟ ତୁଳାଇ ତା ୩୧/୧୨/୨୦୨୧ ଦିନ ଅବସର ଗ୍ରହଣ କଲେ । ଏହି ଅବସରରେ ଯୋଡାବନ୍ଧ ଗ୍ରାମର ଯୁବ ଶାଶ୍ୱତ ସେବା (ୟେସ୍‌ କ୍ଲବ) ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ସଭାର ସଭାପତି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବରିଷ୍ଠ କବି ଲେଖକ ପୁରୁଷୋତ୍ତମ ପଧାନଙ୍କ ଅଧ୍ୟକ୍ଷତାରେ ସଭା ପରିଚାଳନା ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ଜଣେ ଜ୍ୟୋତିଷ ବିଶାରଦ ପରେଶ କୁମାର ପଧାନ, ମୁଖ୍ୟବକ୍ତା ଭାବେ କନ୍ଧ ସଂସ୍କୃତିର ଗବେଷକ ମେଦିନିଧର ଜାନୀ ଶ୍ରୀ ଗଡ଼ତିଆଙ୍କ କର୍ମମୟ ଜୀବନ ଏବଂ ତାଙ୍କର ଆଦର୍ଶ ସମ୍ବନ୍ଧେ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଦୟାନିଧି ପଧାନ ଶିକ୍ଷକ ସାମୁଏଲ ସେନାପତି ଉପସ୍ଥିତି ଥିଲେ । ଏହି ଅବସରରେ ଯୁବ ଶାଶ୍ୱତ ସେବା କ୍ଲବ ତରଫରୁ ମାନପତ୍ର, ଉପଢୌକନ ସଭାପତି ଜୀନା ମାଝୀ ଯୁଗ୍ମ ସମ୍ପାଦକ କୁଞ୍ଜ ବିହାରୀ ଜାନୀ, ଉମାକାନ୍ତ ଗଡ଼ତିଆ, ପ୍ରେମାନିଧି ଗଡ଼ତିଆ, ଥବିର ଗଡ଼ତିଆ ଓ ଅନେକ ବ୍ଲକ ସଭ୍ୟ ଉପସ୍ଥିତି ରହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମ.ରାମପୁର ବ୍ଲକର ଶିକ୍ଷକ ଗଣ ତଥା ଜାମଗୁଡା କ୍ଲଷ୍ଟର ରାଧୁ ପାତ୍ର, ବାଲବେଡ଼ା ପ୍ର.ବି. ପ୍ରଧାନ ଶିକ୍ଷକ, ତନୁରାମ ହରିଜନ ଏବିଓ ଜୟସେନ ନିଆଲ, ଶିକ୍ଷକ ରତ୍ନାକର ତାଣ୍ଡି, ପ୍ରସନ୍ନ ମାଝୀ, ଧର୍ମ ରାଜ୍ ସାହୁ, ଚତୁର୍ଭୂଜ ସାହୁ, ମୁଡିଙ୍ଗ ଓ ବାରବନ୍ଧା କ୍ଲଷ୍ଟରର ଅନେକ ଶିକ୍ଷକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସିଆର୍‌ସିସି ମହୋଦୟ ତଥା ତାଙ୍କ ପରିବାରର ପିତା – ଗୋପିନାଥ ଗଡ଼ତିଆ, ପୁତ୍ର – ମନୋଜ କୁମାର ଗଡ଼ତିଆ, ସୁଶୀଲ କୁମାର ଗଡ଼ତିଆ, ଅନୀଲ କୁମାର ଗଡ଼ତିଆ ତଥା ବନ୍ଧୁ ବାନ୍ଧବ ମାଆ ମାଉସୀମାନେ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା ଶିକ୍ଷାପ୍ରେମୀ, କବି, ଲେଖକ କୁଳମଣି ମଞ୍ଚ ପରିଚାଳନା କରିଥିଲେ ଶେଷରେ ସଭାପତିଙ୍କୁ ବିକ୍ରମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.

three + one =